ଓଡିଶା

odisha

ETV Bharat / state

ଆଜି ପୌର ଭୋଟ ଗଣତି: ଭଦ୍ରକ ପୌରାଞ୍ଚଳରେ 144 ଧାରା ଜାରି

ପୌର ପରିଷଦ ପାଇଁ ନିର୍ବାଚନ ଶେଷ ହୋଇଥିବାବେଳେ ଶନିବାର ଗଣତି ହେବ । ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ସହରରେ ୧୪୪ ଧାରା ଜାରି କରାଯାଇଛି । ଅଧିକ ପଢନ୍ତୁ

ଆଜି ପୌର ଭୋଟ ଗଣତି: ଭଦ୍ରକ ପୌରାଞ୍ଚଳରେ ଜାରି ହେଲା 144 ଧାରା
ଆଜି ପୌର ଭୋଟ ଗଣତି: ଭଦ୍ରକ ପୌରାଞ୍ଚଳରେ ଜାରି ହେଲା 144 ଧାରା

By

Published : Mar 26, 2022, 7:03 AM IST

ଭଦ୍ରକ:ପୌର ପରିଷଦ ପାଇଁ ନିର୍ବାଚନ ଶେଷ ହୋଇଥିବାବେଳେ ଶନିବାର ଗଣତି ହେବ । ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ସହରରେ ୧୪୪ ଧାରା ଜାରି କରାଯାଇଛି । ପୂର୍ବରୁ ଭଦ୍ରକ ସହରରେ ଅନେକ ଥର ବିଭିନ୍ନ କାରଣରୁ ସାମ୍ପ୍ରଦାୟିକ ଦଙ୍ଗା ଦେଖାଦେଇଛି । ଭୋଟ ଗଣତି ପୂର୍ବରୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଭଦ୍ରକ ପୌରାଞ୍ଚଳରେ ଜାରି ହେଲା 144 ଧାରା

୨୫ ତାରିଖ ମଧ୍ୟରାତ୍ରି ରୁ ୨୭ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ସମସ୍ତ ଭଦ୍ରକ ପୌରାଞ୍ଚଳରେ ୧୪୪ ଧାରା ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ଭଦ୍ରକ ପୌରାଞ୍ଚଳ ମଧ୍ୟରେ କୌଣସି ବେଆଇନ୍ ସମାବେଶ କି ପାଞ୍ଚ ଜଣରୁ ଅଧିକ ଅଧିକ ଲୋକ ସର୍ବସାଧାରଣ ସ୍ଥାନରେ ସମାଗମ ହୋଇପାରିବ ନାହିଁ । ଏହାସହ ପୌର ନିର୍ବାଚନ ଫଳାପଳ ପ୍ରକାଶ ପାଇବା ପରେ କୌଣସି ବିଜୟୀ ପ୍ରାର୍ଥୀ ବିଜୟ ଶୋଭାଯାତ୍ରା କରିପାରିବେ ନାହିଁ। ତେବେ ଏହି 144 ଧାରା ନିର୍ଦ୍ଧାରିତ ତାରିଖ ଓ ସମୟରେ ହଟିବ କି ଏହା ଆଗକୁ ବଳବତ୍ତର ରହିବ, ସେ ନେଇ ପରବର୍ତ୍ତୀ ବିଜ୍ଞପ୍ତିରେ ପ୍ରକାଶ କରାଯିବ ବୋଲି ସୂଚନା ଦିଆଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details