ଓଡିଶା

odisha

ETV Bharat / state

ମୌଳିକ ସବୁଧାରୁ ବଞ୍ଚିତ ଅବଦୁଲାପୁର ଗ୍ରାମବାସୀ, ଗାଁକୁ ନାହିଁ ପକ୍କା ରାସ୍ତା - ଅବଦୁଲାପୁରରେ ପହଞ୍ଚି ପାରୁନି ମୌଳିକ ସୁବିଧା

ଅବଦୁଲାପୁରରେ ପହଞ୍ଚି ପାରୁନି ମୌଳିକ ସୁବିଧା। ଶିକ୍ଷା , ସ୍ବାସ୍ଥ୍ୟ, ଗମନାଗମନକୁ ନେଇ ରହିଛି ସମସ୍ୟା। ଅଧିକ ପଢନ୍ତୁ

road problems in abdullapur village
road problems in abdullapur village

By ETV Bharat Odisha Team

Published : Sep 25, 2023, 11:42 AM IST

road problems in abdullapur village

ଭଦ୍ରକ:ସ୍ବାଧୀନତାର 77 ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ରାନ୍ଧିଆ ପଞ୍ଚାୟତ ବରପଦା ଅନ୍ତର୍ଗତ ଅବଦୁଲାପୁର ଗ୍ରାମବାସୀ । ଏହି ଗାଁରେ ଗମାନାଗମନଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟସେବାର ସୁବିଧା ପାଇ ପାରୁନାହାନ୍ତି ଏଠାକାର ବାସିନ୍ଦା । ସରକାରଙ୍କ ନଜର ଆଢ଼ୁଆଳରେ ରହିଯାଇଛି ଅବଦୁଲାପୁର । ଗାଁକୁ ସଂଯୋଗ କରିବା ପାଇଁ ନାହିଁ ନିତି ଦିନିଆ ଭଲ ରାସ୍ତା ଟିଏ । ଫଳରେ ଗ୍ରାମବାସୀ ଯାତାୟାତ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ରାସ୍ତାଟିଏ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ-ସମସ୍ୟା ଘେରରେ ଝିରପାଣି ଗାଁ: ନା ଅଛି ରାସ୍ତା ନା ପାନୀୟ ଜଳ ସୁବିଧା

ବର୍ଷା ଦିନ ଆସିଲେ କଥା ସରିଲା । ଅସରାଏ ବର୍ଷା ହେଲେ ଗ୍ରାମବାସୀଙ୍କ ଦୁଃଖ ଦୁଇ ଗୁଣିତ ହୋଇଯାଏ । ଜଳମଗ୍ନ ହୋଇଯାଏ ଅବଦୁଲାପୁର । ଗ୍ରାମରେ ରାସ୍ତା ସମସ୍ୟା ଯୋଗୁଁ ବିପଦ ଆପଦ ସମୟରେ ନିକଟସ୍ଥ ବରପଦା ମେଡ଼ିକାଲ କିମ୍ବା ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ରୋଗୀଟିଏ ଯିବା ପାଇଁ ଆମ୍ବୁଲାନ୍ସ ଅବଦୁଲାପୁର ଗ୍ରାମରେ ପହଞ୍ଚି ପାରେନାହିଁ । ତେଣୁ ବାଧ୍ୟ ହୋଇ ଗୁରୁତର ରୋଗୀଙ୍କୁ ହେଉ ଅବା ଗର୍ଭବତୀଙ୍କୁ କେତେ ବେଳେ ଖଟିଆରେ ତ ଆଉ କେତେବେଳେ କାନ୍ଧରେ ବୋହି ଆମ୍ବୁଲାନ୍ସ ପାଖକୁ ନେବାକୁ ପଡ଼ିଥାଏ । ଗ୍ରାମରେ ଯଦି କେଉଁଠି ଅଗ୍ନିକାଣ୍ଡ ଘଟିଲା ତେବେ ଅଗ୍ନିଶମନ ଗାଡ଼ି ମଧ୍ୟ ପହଞ୍ଚିପାରେନି ।

ଏହା ମଧ୍ୟ ପଢନ୍ତୁ-ଗରଡାପାଣି ଗାଁକୁ ଛୁଇଁନି ବିକାଶ, ସରକାରୀ ଯୋଜନା ସାତ ସପନ

ଅବଦୁଲାପୁରରେ ଶିକ୍ଷାର କୌଣସି ବିକାଶ ମଧ୍ୟ ହୋଇ ପାରିନି । ଏଠାରେ ସ୍କୁଲ୍‌ କି ଅଙ୍ଗନବାଡ଼ି କେନ୍ଦ୍ରଟିଏ ମଧ୍ୟ ନାହିଁ । ଫଳରେ ଅନ୍ୟ ଗ୍ରାମର ଏକ ସ୍କୁଲକୁ ପାଠ ପଢ଼ିବାକୁ ଯାଉଛନ୍ତି ପିଲାଏ । ଅନ୍ୟ ପକ୍ଷରେ ଗ୍ରାମବାସୀ ଭତ୍ତା ଟଙ୍କା, ରାସନ ସାମଗ୍ରୀ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ଆସିବା ପାଇଁ ନାହିଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ତୁରନ୍ତ ବିହିତ ପଦକ୍ଷେପ ନେଇ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏହି ଗ୍ରାମକୁ ଥିବା ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ନାହିଁ । ଏହା ଗ୍ରାମ ପଞ୍ଚାୟତ ଅଧିନରେ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବନ୍ଦୋର । ତେଣୁ ଏନେଇ ସ୍ଥାନୀୟ ପଞ୍ଚାୟତ ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details