ଭଦ୍ରକ: ପୁଣି ଥରେ ଖଟିଆରେ ବୁହା ହେଲେ ରୋଗୀ। ତେବେ ଏ କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ । ଏ ହେଉଛି ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳ ପଞ୍ଚପଡାର ଘଟଣା ।
ଖବର ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ନାରାୟଣ ସେଠୀଙ୍କ ମା ଗୋଦାବରୀ ସେଠୀ କୌଣସି କାରଣରୁ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ମେଡିକାଲ ନେବାପାଇଁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ।
ଆମ୍ବୁଲାନ୍ସ ମଧ୍ୟ ଆସିଥିଲା। ହେଲେ ସ୍ଥାନୀୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ ଆମ୍ବୁଲାନ୍ସ ଗ୍ରାମ ଠାରୁ ଏକ କିଲୋମିଟର ଦୂରରେ ରହିଲା। ଫଳରେ ବାଧ୍ୟ ହୋଇ କିଛି ବ୍ୟକ୍ତି ରୋଗୀଙ୍କୁ ଖଟିଆରେ ବୋହି ଗ୍ରାମଠାରୁ ଏକ କିଲୋମିଟର ନେବା ପରେ ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଇଥିଲା ବୋଲି ଜଣାପଡିଛି ।
ସ୍ବାଧୀନତାର 7 ଦଶନ୍ଧି ପରେ ବି ଗ୍ରାମକୁ ରାସ୍ତା ନଥିବାରୁ ରୋଗୀଙ୍କୁ ଖଟିଆରେ ବୋହିବାକୁ ନେଇ ସରକାରଙ୍କ ଗ୍ରାମୀଣ ବିକାଶର ଚିତ୍ର ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ