ଓଡିଶା

odisha

ETV Bharat / state

ଲଭ ଜିହାଦ ଓ ଧର୍ମାନ୍ତରୀକରଣ ବିରୋଧରେ ବିଶ୍ବ ହିନ୍ଦୁ ପରିଷଦର ବିକ୍ଷୋଭ, SDPOଙ୍କୁ ଦାବିପତ୍ର

ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଲଭ ଜିହାଦ ଓ ଧର୍ମାନ୍ତରୀକରଣକୁ ବିରୋଧ କରି ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ବିକ୍ଷୋଭ । ଆଗାମୀ ଦିନରେ ଆନ୍ଦୋଳନ ଚେତାବନୀ । ଅଧିକ ପଢନ୍ତୁ...

By

Published : Jul 6, 2021, 6:38 PM IST

ଲଭ ଜିହାଦ ଓ ଧର୍ମାନ୍ତରୀକରଣ ବିରୋଧରେ ବିକ୍ଷୋଭ, SDPO ଙ୍କୁ ଦାବିପତ୍ର
ଲଭ ଜିହାଦ ଓ ଧର୍ମାନ୍ତରୀକରଣ ବିରୋଧରେ ବିକ୍ଷୋଭ, SDPO ଙ୍କୁ ଦାବିପତ୍ର

ଭଦ୍ରକ:ଚାନ୍ଦବାଲିରେ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଲଭ୍ ଜିହାଦ ପ୍ରତିବାଦରେ ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଦ୍ବାରା ଅନ୍ୟ କେତେକ ସମ୍ପ୍ରଦାୟ ଗରିବ ଓ ଅସହାୟମାନଙ୍କୁ କାମ ଧନ୍ଦା ଯୋଗାଇ ଦେବା ଆଳ କରି ବାହାରକୁ ନେଇ ଧର୍ମାନ୍ତରୀକରଣ କରାଯାଉଥିବା ଅଭିଯୋଗ କରିଛନ୍ତି ଉଭୟ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ । ସେହିପରି ଲଭ୍ ଜିହାଦ ମାଧ୍ୟମରେ ହିନ୍ଦୁ ଝିଅଙ୍କୁ ବାହା ହୋଇ ଧର୍ମ ପରିବର୍ତ୍ତନ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି ।

ଲଭ ଜିହାଦ ଓ ଧର୍ମାନ୍ତରୀକରଣ ବିରୋଧରେ ବିକ୍ଷୋଭ, SDPO ଙ୍କୁ ଦାବିପତ୍ର

ସେହିପରି ନିକଟରେ ବାଂଶଡା ଥାନା ଅଞ୍ଚଳରେ ଏପରି ଏକ ଘଟଣାକୁ ନେଇ ଥାନାରେ ଏତଲା ହୋଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଉନଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଏପରି ଘଟଣାକୁ ନେଇ ତୀବ୍ର ବିରୋଧ ପ୍ରଦର୍ଶନ କରିଛନ୍ତି ଦୁଇ ସଂଗଠନ। ଏହାକୁ ରୋକା ନ ଗଲେ ଆଗାମୀ ଦିନରେ ପ୍ରଶାସନ ବିରୋଧରେ ଆନ୍ଦୋଳନର ଚେତାବନୀ ମଧ୍ୟ ଦିଆଯାଇଛି । ଏନେଇ ଚାନ୍ଦବାଲି ଏସଡ଼ିପିଓଙ୍କୁ ଏକ ସ୍ବତନ୍ତ୍ର ଦାବିପତ୍ର ଉଭୟ ଦଳର କର୍ମକର୍ତ୍ତାଙ୍କ ଦ୍ବାରା ଦିଆଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details