ଭଦ୍ରକ: ଜିଲ୍ଲାର ତିହିଡି ଗଦି ବଜାର ସରକାରୀ ଜାଗାରେ ଥିବା 84ଟି ଦୋକାନ ଘର ଉଚ୍ଛେଦ କରିବା ପାଇଁ ପ୍ରଶାସନର ପକ୍ଷରୁ ନୋଟିସ୍ । ଏନେଇ ଦୋକାନୀ ତୀବ୍ର ବିରୋଧ କରିବା ସହ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଉଚ୍ଛେଦକୁ ବିରୋଧ, ଅତିରିକ୍ତ ତହସିଲଦାରଙ୍କୁ ଭେଟିଲେ ବ୍ୟବସାୟୀ - ଦୋକାନୀଙ୍କ ତୀବ୍ର ବିରୋଧ
ଭଦ୍ରକ ତିହିଡି ଗଦି ବଜାର ସରକାରୀ ଜାଗାରେ ଥିବା 84ଟି ଦୋକାନ ଘର ଉଚ୍ଛେଦ କରିବା ପାଇଁ ପ୍ରଶାସନର ପକ୍ଷରୁ ନୋଟିସ୍ । ଏନେଇ ଦୋକାନୀ ତୀବ୍ର ବିରୋଧ କରିବା ସହ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...
ଉଚ୍ଛେଦକୁ ବିରୋଧ, ଅତିରିକ୍ତ ତହସିଲଦାରଙ୍କୁ ଭେଟିଲେ ବ୍ୟବସାୟୀ
ଏହାକୁ ନେଇ ଗଦି ବଜାରର ରାସ୍ତା ପାଶ୍ବର୍ରେ ଥିବା ଦୋକାନୀ ଅତିରିକ୍ତ ତହସିଲଦାରଙ୍କୁ ଭେଟିଥିଲେ । ଉଚ୍ଛେଦକୁ ସେମାନେ ବିରୋଧ କରୁନାହାଁନ୍ତି ମାତ୍ର ଦୀର୍ଘ ବର୍ଷ ଧରି ଦୋକାନ କରି ପରିବାର ପୋଷଣ କରୁଥିବାରୁ ସେମାନଙ୍କୁ ଥଇଥାନ କରିବା ପାଇଁ ଅତିରିକ୍ତ ତହସିଲଦାରଙ୍କ ପାଖରେ ଦାବି କରିଥିଲେ । ଏଥିସହ ଅନ୍ୟ ସରକାରୀ ଜାଗାରେ ଥିବା ଦୋକାନ ଘର ଗୁଡିକ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରିବା ପାଇଁ ମଧ୍ୟ ଦାବି ହୋଇଥିବା ଜଣାପଡିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ