ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦଇପୁର ପଞ୍ଚାୟତ ନାରାୟଣପୁର ଗ୍ରାମରେ ଜଣେ ନବ ବିବାହିତାଙ୍କର ସନ୍ଦେହ ଜନକ ମୃତ୍ୟୁ ମାମଲା । 4 ଅଭିଯୁକ୍ତଙ୍କ ମଧ୍ୟରୁ 2 ଜଣଙ୍କୁ ଗିରଫ କରି ଚୁପ ବସିପଡିଛି ପୋଲିସ । ଯାହାକୁ ନେଇ ପୋଲିସ ପକ୍ଷପାତିତା କରୁଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ନବ ବିବାହିତାଙ୍କ ସନ୍ଦେହ ଜନକ ମୃତ୍ୟୁ ମାମଲା: ପୋଲିସର ପାରିବା ପଣିଆ ଉପରେ ପରିବାର ଲୋକଙ୍କ ପ୍ରଶ୍ନ ସୂଚନାନୁଯାୟୀ, ଚଳିତ ବର୍ଷ ଏପ୍ରିଲ 19 ତାରିଖରେ ନବ ବିବାହିତାଙ୍କର ସନ୍ଦେହ ଜନକ ମୃ୍ତ୍ୟୁ ହୋଇଥିଲା । ଏହା ଏକ ଯୌତୁକ ଜନିତ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୀଡିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ପରେ ଏହି ଘଟଣାରେ ତଦନ୍ତ କରି 4 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ 2 ଜଣଙ୍କୁ ଗିରଫ କରିଛି ପୋଲିସ ।
ହେଲେ ଅନ୍ୟ 2 ଅଭିଯୁକ୍ତଙ୍କୁ ଅଦ୍ୟାବଧି ପୋଲିସ ଗିରଫ କରି ନାହିଁ କାହିଁକି ବୋଲି, ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୃତ ଯୁବତୀଙ୍କ ମା ପ୍ରଶ୍ନ ଉଠାଇଛନ୍ତି । ଏଥିସହ ଏହି ଘଟଣାରେ ପୋଲିସ ପକ୍ଷପାତିତା କରୁଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ଆସନ୍ତା 7 ଦିନ ମଧ୍ୟରେ ଯଦି ଅନ୍ୟ 2 ଅଭିଯୁକ୍ତଙ୍କୁ ପୁଲିସ ଗିରଫ ନ କରେ, ତାହେଲେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନ୍ୟାୟ ପାଇବା ପାଇଁ ପରିବାର ପକ୍ଷରୁ ଧାରଣା ଦେବେ ବୋଲି କହିଛନ୍ତି ମୃତ ଯୁବତୀଙ୍କ ମା' ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ