ଓଡିଶା

odisha

ETV Bharat / state

ବାକି ପଡ଼ିଛି 340 କୋଟି ଟଙ୍କା, ବିଲ ପୈଠ ନକଲେ ମିଳିବନି ବିଦ୍ୟୁତ

ବିଦ୍ୟୁତ ବିଲ ପୈଠ ନକଲେ ମିଳିବନି ବିଦ୍ୟୁତ। ଏନେଇ ଏକ ପ୍ରେସ ବିବୃତିରେ ସ୍ପଷ୍ଟ କରିଛନ୍ତି ନେସ୍କୋ ଡିଭିଜନର ବିଭାଗୀୟ ମୁଖ୍ୟ ଅଧିକ୍ଷଣ ଯନ୍ତ୍ରୀ। ଅଧିକ ପଢନ୍ତୁ...

By

Published : Mar 9, 2021, 1:18 PM IST

ବାକି ପଡ଼ିଛି 340 କୋଟି ଟଙ୍କା, ବିଲ ନଦେଲେ ଏଣିକି ମିଳିବନି ବିଦ୍ୟୁତ
ବାକି ପଡ଼ିଛି 340 କୋଟି ଟଙ୍କା, ବିଲ ନଦେଲେ ଏଣିକି ମିଳିବନି ବିଦ୍ୟୁତ

ଭଦ୍ରକ: ବିଦ୍ୟୁତ ବିଲ ପୈଠ ନକଲେ ମିଳିବନି ବିଦ୍ୟୁତ। ଏନେଇ ଏକ ପ୍ରେସ ବିବୃତିରେ ସ୍ପଷ୍ଟ କରିଛନ୍ତି ନେସ୍କୋ ଡିଭିଜନର ବିଭାଗୀୟ ମୁଖ୍ୟ ଅଧିକ୍ଷଣ ଯନ୍ତ୍ରୀ। ଖବର ଅନୁଯାୟୀ ଭଦ୍ରକ ନେସ୍କୋ ଡିଭିଜନରେ ଉପଭୋକ୍ତାଙ୍କ ଉପରେ ବାକି ପଡ଼ିଛି 340 କୋଟିରୁ ଉର୍ଦ୍ଧ୍ବ ଟଙ୍କା । ଏହା ଦ୍ବାରା ବ୍ୟାପକ କ୍ଷତି ସହୁଛି କମ୍ପାନୀ । ତେଣୁ ନିରବଛିନ୍ନ ବିଦ୍ୟୁତ ସେବା ପାଇଁ ଉପଭୋକ୍ତାମାନେ ସେମାନଙ୍କ ବକେୟା ଦେୟ ଦେବାକୁ ଅନୁରୋଧ କରିଛନ୍ତି ବିଭାଗୀୟ ମୁଖ୍ୟ ଅଧିକ୍ଷଣ ଯନ୍ତ୍ରୀ ଇଞ୍ଜିନିୟର ରାଜୀବ କୁମାର ନାୟକ ।

ବାକି ପଡ଼ିଛି 340 କୋଟି ଟଙ୍କା, ବିଲ ନଦେଲେ ଏଣିକି ମିଳିବନି ବିଦ୍ୟୁତ

ତେବେ 10 ହଜାରରୁ ଉର୍ଦ୍ଧ୍ବ ଟଙ୍କା ବାକିଥିବା ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ କଟିବାକୁ ନେସ୍କୋ କର୍ତ୍ତୃପକ୍ଷ ବାଧ୍ୟ ହେବେ ବୋଲି ଇଞ୍ଜିନିୟର ନାୟକ ଚେତାବନୀ ଦେଇଛନ୍ତି । ଗବସାହି ସ୍ଥିତ ବିଭାଗୀୟ ମୁଖ୍ୟ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଧିକ୍ଷଣ ଯନ୍ତ୍ରୀ ଇଞ୍ଜିନିୟର ନାୟକ ସୂଚନା ଦେଇ କହିଛନ୍ତି ଯେ, ଏବେ ଭଦ୍ରକ ନେସ୍କୋ ଡିଭିଜନ ଅଧିନରେ 2 ଲକ୍ଷ 80 ହଜାର ଉପଭୋକ୍ତା ଅଛନ୍ତି । ସେମାନଙ୍କ ମଧ୍ୟରୁ 5 ପ୍ରତିଶତ ବ୍ୟବସାୟିକ ଓ ଅବଶିଷ୍ଟ 95 ପ୍ରତିଶତ ଘରୋଇ ଉପଭୋକ୍ତା ।

ନେସ୍କୋ କର୍ତ୍ତୃପକ୍ଷ ପ୍ରତ୍ୟେକ ମାସ 420 ଲକ୍ଷ ୟୁନିଟ ବିଦ୍ୟୁତ କିଣୁଛନ୍ତି । କିନ୍ତୁ ବୈଷୟିକ ତ୍ରୁଟି ଓ ବିଦ୍ୟୁତ ଚୋରି ପାଇଁ କିଣାଯାଉଥିବା ୟୁନିଟର 30 ପ୍ରତିଶତ ବିଲ ହୋଇ ପାରୁନାହିଁ । ଯେଉଁ 70 ପ୍ରତିଶତ ବିଲ ହେଉଛି, ତାହାର ପରିମାଣ ମାସିକ 13 କୋଟି ଟଙ୍କା । କିନ୍ତୁ ଆଦାୟ ହେଉଛି 9 କୋଟି। ବିଶେଷ କରି ଗ୍ରାମାଞ୍ଚଳମାନଙ୍କରେ ବିଦ୍ୟୁତ ବିଲ ଆଦାୟ ନୈରାଶ୍ୟଜନକ । ଏପଟେ ଏହି ବକେୟା ବିଲର ପରିମାଣ ବୃଦ୍ଧି ପାଇ ଏବେ ତାହା 340 କୋଟି ଟଙ୍କାରେ ପହଞ୍ଚି ସାରିଛି। ତେଣୁ ଏନେଇ କଠୋର ହୋଇଛନ୍ତି ବିଭାଗୀୟ ମୁଖ୍ୟ ଅଧିକ୍ଷଣ ଯନ୍ତ୍ରୀ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details