ଓଡିଶା

odisha

ETV Bharat / state

ପୋଲିସର ଦାଦାଗିରି; ଆଖଣ୍ଡଳମଣି ପୀଠରେ ସେବାୟତଙ୍କୁ ମାଡ - ସେବାୟତଙ୍କୁ ମାଡ ମାରିଛି ପୋଲିସ

ଖାକିର ତାକତ ଦେଖାଇଛି ପୋଲିସ, ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାବା ଆଖଣ୍ଡଳମଣି ପୀଠରେ ସେବାୟତଙ୍କୁ ମାଡ ମାରିଲେ ପୋଲିସ । ଏହାର ପ୍ରତିବାଦରେ ସେବାୟତ ମାନେ ମନ୍ଦିର ନୀତିକାନ୍ତି ବନ୍ଦ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଦେବାଶିଷ ମହାପାତ୍ର

By

Published : Sep 3, 2019, 5:43 PM IST

ଭଦ୍ରକ: ପୁଣି ଖାକିର ତାକତ ଦେଖାଇଛି ପୋଲିସ । ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାବା ଆଖଣ୍ଡଳମଣି ପୀଠରେ ସେବାୟତଙ୍କୁ ମାଡ ମାରିଛି ପୋଲିସ । ଏହାର ପ୍ରତିବାଦରେ ସେବାୟତଙ୍କ ପକ୍ଷରୁ ସେବା ପୂଜା ବନ୍ଦ ପରେ ଅଭିଯୁକ୍ତ କନେଷ୍ଟବଲଙ୍କୁ ଅନ୍ୟତ୍ର ବଦଳି କରିବା ପରେ ସ୍ଥିତି ସାମାନ୍ୟ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଦେବାଶିଷ ମହାପାତ୍ର

ସୂଚନା ଅନୁଯାୟୀ ସୋମବାର ଦିନ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣି ପୀଠରେ ଦୈନନ୍ଦିନ ନୀତିକାନ୍ତି ସହ ଗଣେଶ ପୂଜା ପାଇଁ ପୂଜାର୍ଚ୍ଚନା ଚାଲିଥିଲା । ଏହି ସମୟରେ ସାମାନ୍ୟ କଥାକୁ କେନ୍ଦ୍ରକରି ମନ୍ଦିର ମଧ୍ୟରେ ସଞ୍ଜୟ ପଣ୍ଡା ନାମକ ଜଣେ ସେବାୟତଙ୍କୁ ଆରଡ଼ି ଫାଣ୍ଡିର କାର୍ଯ୍ୟରତ କନେଷ୍ଟବଲ ମୋହନ ପୁହାଣ ମାଡ ମାରିଥିଲେ । ଏହାର ପ୍ରତିବାଦରେ ସେବାୟତଙ୍କ ପକ୍ଷରୁ ସମ୍ପୃକ୍ତ କନେଷ୍ଟବଲଙ୍କୁ ନିଲମ୍ବନ ଦାବୀ ନେଇ ମନ୍ଦିର ନୀତିକାନ୍ତି ବନ୍ଦ କରିଥିଲେ ।

ଏହାପରେ ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶରେ ଧୁଷୁରୀ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସେବାୟତଙ୍କୁ ବୁଝାସୁଝା କରିବା ସହ ସମ୍ପୃକ୍ତ କନେଷ୍ଟବଲଙ୍କୁ ଅନ୍ୟତ୍ର ବଦଳି କରିବା ପରେ ସ୍ଥିତି ସାମାନ୍ୟ ହୋଇଥିଲା । କିଛି ସମୟ ପାଇଁ ମନ୍ଦିର ନୀତିକାନ୍ତି ବିଳମ୍ବ ହୋଇଥିଲେ ମଧ୍ୟ ପରେ ଏହା ସ୍ବାଭାବିକ ହୋଇଥିଲା । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଚିଭି ଭାରତ

ABOUT THE AUTHOR

...view details