ଓଡିଶା

odisha

By

Published : Jan 26, 2020, 10:14 AM IST

ETV Bharat / state

ପୋଲିସଙ୍କ ଅଭିନବ ପ୍ରୟାସ, ନିୟମ ମାନୁଥିବା ଗାଡି ଚାଳକଙ୍କୁ ମିଳିଲା ଗୋଲାପ ଓ ଚକୋଲେଟ

ବାସୁଦେବପୁର ପୋଲିସ ପକ୍ଷରୁ ଅଭିନବ ଉପାୟରେ ସଡକ ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ।

policepolice-awareness-for-new-motor-vehicles-act
ନିୟମ ମାନୁଥିବା ଗାଡି ଚାଳକଙ୍କୁ ଗୋଲାପ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ପୋଲିସ ପକ୍ଷରୁ ଅଭିନବ ଉପାୟରେ ସଡକ ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୋଟର ଯାନ ସୁରକ୍ଷା ଆଇନ ମାନି ଗାଡି ଚଳାଉଥିବା ଲୋକମାନଙ୍କୁ ଗୋଲାପ ଫୁଲ ଓ ଚକୋଲେଟ ଦେଇ ସ୍ବାଗତ କରାଯାଇଥିଲା।

ନିୟମ ମାନୁଥିବା ଗାଡି ଚାଳକଙ୍କୁ ଗୋଲାପ

ହେଲମେଟ ପିନ୍ଧି ନଥିବା ଲୋକମାନଙ୍କୁ ହେଲମେଟ ପିନ୍ଧାଇ ସବୁବେଳେ ହେଲମେଟ ପିନ୍ଧି ଗାଡି ଚଲାଇବାକୁ ପରାମର୍ଶ ଦିଆଯାଇଥିଲା। ସେହିପରି କାର ଚାଳକ ମାନଙ୍କୁ ସିଟ ବେଲ୍ଟ ବାନ୍ଧି ଗାଡି ଚାଳନା କରିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଥିଲା। ଏଥିସହ ଲୋକମାନଙ୍କୁ ନୂତନ ମୋଟର ଯାନ ଆଇନ ସମ୍ପର୍କରେ ସଚେତନ କରିଥିଲା ପୁଲିସ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details