ଭଦ୍ରକ: ଦେଶରେ କୋରୋନାର ଦ୍ବିତୀୟ ଲହର କାୟା ବସ୍ତାର କରିବାରେ ଲାଗିଛି । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏ ନେଇ ସବୁ ସ୍ଥାନରେ କୋଭିଡ ନିୟମକୁ କଡା କଡି କରାଯାଇଛି । ଭଦ୍ରକ ଜିଲ୍ଲା ଆରଡି ଫାଣ୍ଡିରେ ପୋଲିସ ପକ୍ଷରୁ ମାସ୍କ ଯାଞ୍ଚ କରାଯିବା ସମୟରେ ପୋଲିସ ଓ ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଜଣେ ଯୁବକ ଫୋନରେ ଭିଡିଓ ରେକର୍ଡିଂ କରିବା ସମୟରେ ପୋଲିସ ଯୁବକଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି ।
ସୂଚନାଅନୁଯାୟୀ,ଧାମନଗର ବ୍ଳକ ବେତାଳିଗାଁ ଅଞ୍ଚଳର ଶୁଭରଞ୍ଜନ ମେକାପ ନାମକ ଜଣେ ଯୁବକ ଆରଡି ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ମାସ୍କ ପିନ୍ଧି ନଥିବା ଅଭିଯୋଗରେ ପୋଲିସ ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା । ଫାଣ୍ଡି ମଧ୍ୟରେ ଯୁକ୍ତିତର୍କ ଭିତରେ ଜଣେ ଯୁବକ ମୋବାଇଲରେ ରେକର୍ଡିଂ କରିବା ସମୟରେ ପୋଲିସ ତାଙ୍କ ଉପରକୁ ଆକ୍ରମଣ କରିଥିଲା । ଯୁବକଙ୍କୁ ନିସ୍ତୁକ ମାଡ ମାରିବା ସହିତ ଫାଣ୍ଡିରେ ଅଟକ ରଖିଛି ପୋଲିସ ।