ଓଡିଶା

odisha

ETV Bharat / state

‘ଫନି’ ପ୍ରଭାବ: ଲ୍ୟାଣ୍ଡଫଲର 12 ଘଣ୍ଟା ପରେ ବି ବର୍ଷା ଜାରି

ବାତ୍ୟା ‘ଫନି’ ସ୍ଥଳଭାଗ ସ୍ପର୍ଶ କରିବାର ବିତିଛି 12 ଘଣ୍ଟା ସମୟ । ତଥାପି କମିନି ବାତ୍ୟାର ପ୍ରକୋପ । ଏବେ ବି ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ଜାରି ରହିଛି ପ୍ରବଳ ପବନ ସହ ବର୍ଷା ।

By

Published : May 3, 2019, 11:22 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଭଦ୍ରକ/ମୟୂରଭଞ୍ଜ: ବାତ୍ୟା ‘ଫନି’ ସ୍ଥଳଭାଗ ସ୍ପର୍ଶ କରିବାର ବିତିଛି 12 ଘଣ୍ଟା ସମୟ । ତଥାପି କମିନି ବାତ୍ୟାର ପ୍ରକୋପ । ଏବେ ବି ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ଜାରି ରହିଛି ପ୍ରବଳ ପବନ ସହ ବର୍ଷା । ଭଦ୍ରକରେ ଅପରାହ୍ନ 4ଟା ପରଠାରୁ ପବନର ବେଗ ଘଣ୍ଟାପ୍ରତି 120ରୁ 130 କିଲୋମିଟର ରହିଥିବା ରେକର୍ଡ କରାଯାଇଛି । ସେହିପରି ମୟୂରଭଞ୍ଜରେ ମଧ୍ୟ ଜାରି ରହିଛି ବର୍ଷା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଉଭୟ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିଛି । ବର୍ତ୍ତମାନ ସୁଦ୍ଧା ଭଦ୍ରକରେ 60ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଏଥିସହ ସ୍ଥିତିକୁ ସାମାନ୍ୟ କରିବା ପାଇଁ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଏନଡିଆର୍‌ଏଫ, ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ ମୁତୟନ କରାଯାଇଥିବା ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ଅନ୍ୟପଟେ ବାରିପଦା ବସ୍‌ଷ୍ଟାଣ୍ଡ ପାଖ ସତ୍ୟସାଇ ଛକରେ ଗଛ ପଡି ଯାତାୟତ ବନ୍ଦ ରହିଛି । ଫଳରେ ଘଟଣାସ୍ଥଳରେ ଓଡ୍ରାଫ ଟିମ୍‌ ପହଞ୍ଚି ରାସ୍ତା ସଫେଇ ଜାରି ରଖିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବର୍ତ୍ତମାନ ସୁଦ୍ଧା ଉଭୟ ଜିଲ୍ଲାରେ କୌଣସି ମୃତାହତର ସୂଚନା ନଥିବା ବେଳେ ବାତ୍ୟାର ପ୍ରଭାବ ରାତି 11ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣା ପଡିଛି । ଏଥିସହ ଶନିବାର ଯାଏଁ ବର୍ଷା ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଭଦ୍ରକରୁ ଦେବାଶିଷ ମହାପାତ୍ର/ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details