ଓଡିଶା

odisha

ETV Bharat / state

ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ, ପୋଲିସ ଗାଡି ଜାଳିଦେଲେ ଉତ୍ୟକ୍ତ ଲୋକେ

ଜଣେ ଯୁବକଙ୍କୁ ପୋଲିସ ଗୋଡାଇବାରୁ ସେ ପୋଖରୀରେ ପଡିଯାଇଥିଲେ, ପରେ ତାଙ୍କର ମୃତ୍ୟୁ ଘଟିଛି । ଏହାପରେ ସ୍ଥାନୀୟ ଲୋକେ ମୃତ ଶରୀରକୁ ଧରି ଭଦ୍ରକ-ଚାନ୍ଦବାଲି ରାସ୍ତାର ଅଲ୍ଲିନଗର ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଉତ୍ୟକ୍ତ ଲୋକମାନେ ପୋଲିସକୁ ନିସ୍ତୁକ ମାଡ଼ ମାରିବା ସହ ପୋଲିସ ଗାଡି ଜାଳିଦେଇଥିଲେ । ଅଧିକ ପଢନ୍ତୁ...

By

Published : Jan 13, 2021, 4:37 PM IST

ଭଦ୍ରକ ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳ କାଣ୍ଡ
ଭଦ୍ରକ ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳ କାଣ୍ଡ

ଭଦ୍ରକ:ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳ କାଣ୍ଡ ଦେଖିବାକୁ ମିଳିଛି । ପୋଲିସକୁ ମାଡ଼ ମାରିବା ସହିତ ଗାଡି ଜାଳିଦେଲେ ଉତ୍ୟକ୍ତ ଲୋକେ । ତିହିଡି ଥାନା ଅଲ୍ଲିନଗର ଛକରେ ଘଟିଛି ଏହି ଅଘଟଣ । ପୋଲିସ ପାଇଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକମାନେ । ମୃତକ ହେଉଛନ୍ତି ନୟାନନ୍ଦ ପଞ୍ଚାୟତ ହାତୁଆରି ଗ୍ରାମର ବାପି ମହାଳିକ ।

ଭଦ୍ରକ ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳ କାଣ୍ଡ

ସୂଚନା ଅନୁଯାୟୀ, ବାପି ତାଙ୍କ ଭଉଣୀ ଘରକୁ ଯାଇଥିବା ବେଳେ ପୋଲିସ କୌଣସି କାରଣରୁ ତାଙ୍କୁ ଗୋଡ଼ାଇଥିଲେ । ଦୌଡିବା ବେଳେ ପୋଖରୀ ଭିତରେ ପଡି ଯାଇଥିଲେ ବାପି, ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ଉତ୍ୟକ୍ତ ସ୍ଥାନୀୟ ଲୋକେ ମୃତ ଶରୀରକୁ ଧରି ଭଦ୍ରକ-ଚାନ୍ଦବାଲି ରାସ୍ତାର ଅଲ୍ଲିନଗର ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଖାଲି ଏତିକି ନୁହେଁ ଲୋକମାନେ ପୋଲିସକୁ ନିସ୍ତୁକ ମାଡ଼ ମାରିବା ସହ ପୋଲିସ ଗାଡି ଜାଳିଦେଇଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details