ଭଦ୍ରକ:ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଷ୍ଟିୟରିଂ ଫେଲ ହେବାରୁ ଓଲଟିଲା ଯାତ୍ରୀବାହୀ ବସ । ୧୫ ଜଣ ଆହତ ହଇଥିବା ବେଳେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଅମ୍ରିତ ନାମକ ଯାତ୍ରୀବାହି ବସ ପ୍ରାୟ ମଞ୍ଜୁରୀରୋଡ଼ ଅଭିମୁଖେ ଯାଉଥିବା ବେଳେ କୁଳଣା ଛକ ନିକଟରେ ଷ୍ଟିୟରିଂ ଫେଲ ହେବାରୁ ଓଲଟି ପଡିଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି(ଶୁକ୍ରବାର) ଅମ୍ରିତ ଯାତ୍ରୀବାହୀ ବସ ୩୫ ଜଣ ଯାତ୍ରୀଙ୍କୁ ନେଇ ମଞ୍ଜୁରୀରୋଡ଼ ଅଭିମୁଖେ ଯାଇଥିଲା । ତେବେ କୁଳଣା ଛକ ନିକଟରେ ବସ୍ର ପତି ଭାଙ୍ଗିବା ସହ ଷ୍ଟିୟରିଂ ଫେଲ ହୋଇଥିଲା । ପରେ ବସ୍ର ଚକ ବାହାରି ଯିବାରୁ ରାସ୍ତାରେ ଥିବା ଏକ ଖାଲକୁ ବସଟି ଓଲଟି ପଡିଥିଲା । ଦୁର୍ଘଟଣାରେ ୧୫ ଯାତ୍ରୀ ଆହତ ହୋଇଥିବା ବେଳେ ସଙ୍ଗେସଙ୍ଗେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ଅନ୍ଧାର ହୋଇଥିବା ସତ୍ତ୍ୱେ ସ୍ଥାନୀୟ ଲୋକେ ଗାଡିରୁ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଏନେଇ ଖବର ପାଇ ଭଣ୍ଡାରିପୋଖରୀ ପୋଲିସ ଘଟଣାସ୍ଥଳ ରେ ପହଞ୍ଚିଥିବା ସୂଚନା ମିଳିଛି । ତେବେ ବସ୍ରେ ଥିବା ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହୋଇନଥିବା ସୂଚନା ରହିଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଆହତଙ୍କ ଚିକିତ୍ସା ହସ୍ପିଟାଲରେ ଜାରି ରହିଛି ।