ଭଦ୍ରକ: ଜିଲ୍ଲାରେ ଭୟଙ୍କର ରୂପ ନେବାରେ ଲାଗିଛି କୋରୋନା ସ୍ଥିତି । ଏମିତିରେ ଶନିବାର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ କୋରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏନେଇ ଖବର ମିଳିବା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଗାମୀ 48 ଘଣ୍ଟା ପାଇଁ ଓପିଡି ସେବା ବନ୍ଦ କରିଦିଆଯାଇଛି । ଏନେଇ ମେଡିକାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।
ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ 48 ଘଣ୍ଟା ପାଇଁ ଓପିଡି ସେବା ବନ୍ଦ - ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଡାକ୍ତର ପଜିଟିଭ
ଜିଲ୍ଲାରେ ଭୟଙ୍କର ରୂପ ନେବାରେ ଲାଗିଛି କୋରୋନା ସ୍ଥିତି । ଏମିତିରେ ଶନିବାର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ କୋରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହେବା ପରେ ଆଗାମୀ 48 ଘଣ୍ଟା ପାଇଁ ଓପିଡି ସେବା ବନ୍ଦ କରିଦିଆଯାଇଛି । ଅଧିକ ପଢନ୍ତୁ...
ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ 48 ଘଣ୍ଟା ପାଇଁ ଓପିଡି ସେବା ବନ୍ଦ
ସେପଟେ ଓପିଡିରେ ସେବା ପାଉଥିବା ରୋଗୀମାନଙ୍କୁ ଆଶୁ ବିଭାଗ ଓ ସର୍ଜରୀ ବିଭାଗରେ ଦେଖାଯିବାର ବ୍ୟବସ୍ଥା ହୋଇଥିବା ମେଡିକାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ପ୍ରଶାସନ ପକ୍ଷରୁ ଓପିଡିକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯିବା ପରେ ପୁଣି ରୋଗୀମାନଙ୍କ ସେବା ସ୍ବାଭାବିକ ହେବ ବୋଲି ସୂଚନା ମିଳିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ