ଓଡିଶା

odisha

ETV Bharat / state

ଅଗ୍ନିକାଣ୍ଡରେ ନବବଧୂ ଜୀବନ୍ତ ଦଗ୍ଧ

ଭଦ୍ରକ ଜିଲ୍ଲାର ଓଗାଳପୁର ଗ୍ରାମରେ ଅଭାବନୀୟ ଘଟଣା । ନିଆଁରେ ପୋଡି ହୋଇ ଜୀବନ୍ତଦଗ୍ଧ ହେଲେ ନବବଧୂ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

By

Published : May 12, 2019, 5:26 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଜିଲ୍ଲାର ଓଗାଳପୁର ଗ୍ରାମରେ ଭୟାଭୟ ଅଗ୍ନିକାଣ୍ଡ । ନିଆଁରେ ପୋଡି ହୋଇ ଜୀବନ୍ତ ଦଗ୍ଧ ହୋଇଗଲେ ନବ ବଧୂ । ଏଥିସହ ଏହି ଗ୍ରାମର ତିନୋଟି ପରିବାରର 8 ବଖରା ସମୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି ।

ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ଚରଣ ଟୁଡୁଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା । କିଛି ଜାଣିବା ପୂର୍ବରୁ ଦୁର୍ଗାଙ୍କ ପତ୍ନୀ ତଥା ନବବଧୂ ପଙ୍କଦିନି ନିଆଁରୁ ବାହାରି ପାରିନଥିଲେ । ଫଳରେ ନିଆଁରେ ପୋଡିହୋଇ ତାଙ୍କର ମୃତ୍ୟୁ ହୋଇଛି । ମଧ୍ୟାହ୍ନ ସମୟରେ ହଠାତ୍ ନିଆଁ ଲାଗିଥିବା ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସେପଟେ ଘଟଣା ସ୍ଥଳରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଅନ୍ୟପଟେ ଏହି ଅଗ୍ନିକାଣ୍ଡ ଯୋଗୁଁ 3 ପରିବାରର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି ।

ତେବେ ଏହି ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବାବେଳେ ଏହାର ତଦନ୍ତ ଆରମ୍ଭ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ। ଅଗ୍ନିବିପନ୍ନଙ୍କୁ ସରକାରୀ ସହାୟତା ଦେବା ପାଇଁ ସାଧାରଣରେ ଦାବି ହୋଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details