ଓଡିଶା

odisha

ଦୋକାନ ଆଲୋକିତ କରିବା ଆଗରୁ ଚାଲିଗଲା ଜୀବନ

By

Published : Oct 27, 2019, 10:28 PM IST

ଦୀପାବଳିର ଖୁସିର ମାହୋଲ ଭିତରେ ଅଘଟଣ । ବିଦ୍ୟୁତ୍‌ ଆଘାତ ଲାଗି ଜଣେ ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ ।

ଦୋକାନ ଆଲୋକିତ କରିବା ଆଗରୁ ଚାଲିଗଲା ଜୀବନ

ଭଦ୍ରକ: ଦୀପାବଳିରେ ଅଘଟଣ । ଲିଚୁ ଲାଇଟ ଲଗାଉଥିବା ବେଳେ ବିଦ୍ୟୁତ ଆଘାତ ଲାଗି ଜଣେ ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ପଦ୍ମପୁର ଗାଁରେ । ମୃତକ ହେଲେ ପ୍ରକାଶ ଚନ୍ଦ୍ର ଓଝା ।

ଦୋକାନ ଆଲୋକିତ କରିବା ଆଗରୁ ଚାଲିଗଲା ଜୀବନ

ସୂଚନା ଅନୁଯାୟୀ, ଦୀପାବଳି ପାଇଁ ଦୋକାନରେ ଲିଚୁ ଲାଇଟ ଲଗାଉଥିଲେ ପ୍ରକାଶ । ହେଲେ ଅସାବଧାନତା ବଶତଃ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଚାଲିଆସି ଅଚେତ୍ ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।


ଭଦ୍ରକକୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details