ଓଡିଶା

odisha

ETV Bharat / state

ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର । ହତ୍ୟା ନେଇ ସନ୍ଦେହ । ପୋଲିସର ତଦନ୍ତ ଜାରି ।

By

Published : Jun 14, 2019, 12:20 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ଭଦ୍ରକ ଭଣ୍ଡାରୀପୋଖରୀ ଥାନା ଜସଟିକିରି ଅଞ୍ଚଳରୁ ଉଦ୍ଧାର ହୋଇଥିବା ବେଳେ ହତ୍ୟା ଅଭିଯୋଗ ହୋଇଛି ।

ଶୁକ୍ରବାର ଉକ୍ତ ଅଞ୍ଚଳର ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକକୁ ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏହାପରେ ଭଣ୍ଡାରୀପୋଖରୀ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରୁ ପୋଲିସ ମୃତ ଦେହ ଉଦ୍ଧାର କରିଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସେପଟେ, ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details