ଓଡିଶା

odisha

ETV Bharat / state

ପୌରପାଳିକା କାର୍ଯ୍ୟାଳୟରେ କୋରୋନା ଆକ୍ରାନ୍ତ, ଚାଲିଛି ବିଶୋଧନ କାର୍ଯ୍ୟ

ଭଦ୍ରକ ପୌରପାଳିକା କାର୍ଯ୍ୟାଳୟରେ ଜଣେ କୋରୋନା ପଜିଟିଭି ଚିହ୍ନଟ ହେବା ପରେ 14 ଦିନ ପାଇଁ ବନ୍ଦ ରହିବ କାର୍ଯ୍ୟାଳୟ। ସମସ୍ତ ପୌରାପାଳିକା କର୍ମଚାରୀ 14 ଦିନ ପାଇଁ ହୋମ କ୍ୱାରେଣ୍ଟାଇନରେ ରହିବେ।

By

Published : Jul 18, 2020, 7:24 AM IST

Updated : Jul 18, 2020, 9:28 AM IST

ପୌରପାଳିକାରେ କୋରୋନା ଆକ୍ରାନ୍ତ, ଚାଲିଛି  ବିଶୋଧନ କାର୍ଯ୍ୟ
ପୌରପାଳିକାରେ କୋରୋନା ଆକ୍ରାନ୍ତ, ଚାଲିଛି ବିଶୋଧନ କାର୍ଯ୍ୟ

ଭଦ୍ରକ: ଜିଲ୍ଲାର ପୌରପାଳିକା କାର୍ଯ୍ୟାଳୟରେ ଜଣେ କୋରୋନା ପଜିଟିଭି ଚିହ୍ନଟ ହେବା ପରେ 14 ଦିନ ପାଇଁ ବନ୍ଦ ରହିବ ଭଦ୍ରକ ପୌରପରିଷଦ କାର୍ଯ୍ୟାଳୟ। 29 ତାରିଖ ପର୍ଯ୍ୟନ୍ତ ପୌରପରିଷଦ କାର୍ଯ୍ୟାଳୟ ବନ୍ଦ ହେବା ନେଇ ସୂଚନା ଦେଲେ ପୌର ନିର୍ବାହୀ ଅଧିକାରୀ।

ସମସ୍ତ ପୌରାପାଳିକା କର୍ମଚାରୀ 14 ଦିନ ପାଇଁ ହୋମ କ୍ୱାରେଣ୍ଟାଇନ ରେ ରହିବେ। ତେବେ ସମ୍ପୂର୍ଣ୍ଣ ପୌର କାର୍ଯ୍ୟଳୟକୁ ବିଶୋଧନ କାର୍ଯ୍ୟ ଆରମ୍ଭ ହେଇଛି।

ପୌରପାଳିକା କାର୍ଯ୍ୟାଳୟରେ କୋରୋନା ଆକ୍ରାନ୍ତ, ଚାଲିଛି ବିଶୋଧନ କାର୍ଯ୍ୟ

ଭଦ୍ରକ ଅଗ୍ନିସମ କର୍ମଚାରି ମାନେ ସାନିଟାଇଜ କାର୍ଯ୍ୟର ଲାଗିଛନ୍ତି। ଏହି କାର୍ଯ୍ୟାଳୟର ଜଣେ କର୍ମଚାରି କୋରୋନାରେ ଆକ୍ରାନ୍ତ ହେବା ପରେ ଏପରି ନିଷ୍ପତି ନିଆଯାଇଛି। ତେବେ କୋଭିଡ ପରିଚାଳନାରେ ଯେପରି କୌଣସି ଅସୁବିଧା ନହେବ ସେଥି ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଥିବା ନିର୍ବାହି ଅଧିକାରୀ କହିଛନ୍ତି।

ଭଦ୍ରକରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated : Jul 18, 2020, 9:28 AM IST

ABOUT THE AUTHOR

...view details