ଭଦ୍ରକ:କ୍ଵାରେଣ୍ଟାଇନ କେନ୍ଦ୍ରରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ । ଭଦ୍ରକ ବ୍ଲକ କୋର୍କୋରା କ୍ଵାରେଣ୍ଟାଇନ ସେଣ୍ଟରରେ ଏଭଳି ଘଟଣା ଘଟିଛି । ମୃତକ ହେଲେ ରାଧାଶ୍ୟାମ ପାଣି । ସେ ମଙ୍ଗଳବାର ରାତିରେ ନିଜ ସମ୍ପର୍କୀୟଙ୍କ ସହ କୋଲକାତାରୁ ଫେରିଥିଲେ । ଏହାପରେ ପଞ୍ଚାୟତରେ ହୋଇଥିବା କ୍ଵାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା ।
କ୍ଵାରେଣ୍ଟାଇନ କେନ୍ଦ୍ରରେ ବୃଦ୍ଧଙ୍କ ମୃତ୍ୟୁ - Old man dies at quarantine center in bhadrak
କ୍ଵାରେଣ୍ଟାଇନ କେନ୍ଦ୍ରରେ ବୃଦ୍ଧଙ୍କ ମୃତ୍ୟୁ । ମଙ୍ଗଳବାର କୋଲକାତାରୁ ଆସି ରହିଥିଲେ ପଞ୍ଚାୟତର କ୍ଵାରେଣ୍ଟାଇନ କେନ୍ଦ୍ରରେ । ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ.....
କ୍ଵାରେଣ୍ଟାଇନ କେନ୍ଦ୍ରରେ ବୃଦ୍ଧଙ୍କ ମୃତ୍ୟୁ
ହେଲେ ବୁଧବାର ସକାଳୁ ତାଙ୍କର ମୃତ୍ୟୁ ହୋଇଛି । ତେବେ କେଉଁ ପରିସ୍ଥିତିରେ ବୃଦ୍ଧଙ୍କ ମୃତ୍ୟୁ ହେଲା ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ । ପୋଲିସ ସହ ମେଡିକାଲ ଟିମ ମଧ୍ୟ କ୍ଵାରେଣ୍ଟାଇନ ସେଣ୍ଟରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ଏନେଇ ପୋଲିସ କି ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ