ଭଦ୍ରକ:ମହାମାରୀ କୋରୋନା ସଂକ୍ରମଣ ଭୟ ପାଇଁ ଗତ ଦୁଇ ବର୍ଷ ଅନଲାଇନ ମାଧ୍ୟମରେ ମାଟ୍ରିକ ପରୀକ୍ଷା ହେଉଥିଲା । ତେବେ ବର୍ଷ ଅଫଲାଇନ୍ରେ ମୋଡରେ ପରୀକ୍ଷା ଦେଉଛନ୍ତି । ଯାହାକୁ ନେଇ ପିଲାମାନଙ୍କ ମଧ୍ଯରେ ପ୍ରବଳ ଉତ୍ସାହ ଦେଖାଦେଇଛି । ଚଳିତ ବର୍ଷ ଭଦ୍ରକ ଜିଲ୍ଲାର ମୋଟ ୧୨୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଜିଲ୍ଲାର ମୋଟ ୨୩ ହଜାର ୭୭ ଜଣ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ।
ସେହିପରି ଚଳିତ ବର୍ଷ ସର୍ବାଧିକ ୩୧ଟି ପରୀକ୍ଷା କେନ୍ଦ୍ର ଧାମନଗର ବ୍ଲକରେ ହୋଇଛି । ଜିଲ୍ଲାର ମୋଟ ୧୧ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ରଖାଯାଇଛି । ସେଠାରୁ ପ୍ରତ୍ୟେକ ଦିନ କଡା ସୁରକ୍ଷା ମଧ୍ୟରେ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଆସିବା ନେଇ ବ୍ୟବସ୍ଥା ହୋଇଛି ।