ଭଦ୍ରକ: ନାଗରିକତା ସଂଶୋଧନ ବିଲ (CAB) ଆଇନରେ ପରିଣତ ହେବା ପରେ ନୂଆ ଆଇନକୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଅନେକ ଆଶା ଓ ଆଶଙ୍କା ସୃଷ୍ଟି ହୋଇଥିବା କହିଛନ୍ତି ଭଦ୍ରକ ଚଉଦ ମହଲା ମୁସ୍ଲିମ ଜମାତ ସଭାପତି ମହମ୍ମଦ ଅବଦୁଲ ବାରି। ତେବେ ଓଡିଶାରେ ଏନଆରସି ଲାଗୁ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରୁ ପ୍ରତିଶୃତି ପାଇବା ପରେ ଆଶ୍ବସ୍ତ ହୋଇଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟ ।
ଓଡିଶାରେ ଲାଗୁ ହେବନି NRC, ଆଶ୍ବସ୍ତ ସଂଖ୍ୟାଲଘୁ - ଓଡିଶାରେ ଲାଗୁ ହେବନି NRC
ସାରାଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ ହେବା ନେଇ ଆଶା ଆଶଙ୍କାରେ ଥିଲେ ଓଡିଶାର ସଂଖ୍ୟାଲଘୁ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ପରେ ହେଲେ ଆଶ୍ବସ୍ତ । ଅଧିକ ପଢ଼ନ୍ତୁ...
ଓଡିଶାରେ ଲାଗୁ ହେବନି NRC, ଆଶ୍ବସ୍ଥ ସଂଖ୍ୟାଲଘୁ
ଭଦ୍ରକ ଜିଲ୍ଲାରେ ଅଧିକାଂଶ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ହୋଇଥିବା ଆଲୋଚନା ଏବଂ ଏନଆରସି ଲାଗୁ ନହେବା ନେଇ ସେ ଯେଉଁ ଅଭୟ ବାଣୀ ଶୁଣାଇଛନ୍ତି, ସେନେଇ ସିଧାସଳଖ ଚଉଦ ମହଲା ମୁସ୍ଲିମ୍ ଜମାତ ସଭାପତି ମହମ୍ମଦ ଅବଦୁଲ ବାରିଙ୍କ ସହ ଆଲୋଚନା ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ
Last Updated : Dec 17, 2019, 8:44 PM IST