ଓଡିଶା

odisha

ETV Bharat / state

ଦୁର୍ଗାଙ୍କ ବଦଳେ ପୂଜା ପାଆନ୍ତି ନୀଳ ସରସ୍ବତୀ

ଦୁର୍ଗାଙ୍କ ଆଦିରୂପ ହେଉଛନ୍ତି ନୀଳ ସରସ୍ବତୀ । ଏହି ପରମ୍ପରା ଅନୁଯାୟୀ ଗୋବିନ୍ଦପୁର ଅଞ୍ଚଳବାସୀ ଦୁର୍ଗାପୂଜାରେ ମାଆ ନୀଳ ସରସ୍ଵତୀଙ୍କୁ ପୂଜା କରନ୍ତି ।

By

Published : Oct 9, 2019, 4:37 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଦୁର୍ଗାଙ୍କ ଆଦିରୂପ ହେଉଛନ୍ତି ନୀଳ ସରସ୍ବତୀ । ଏହି ପରମ୍ପରା ଅନୁଯାୟୀ ଗୋବିନ୍ଦପୁର ଅଞ୍ଚଳବାସୀ ଦୁର୍ଗାପୂଜାରେ ମାଆ ନୀଳ ସରସ୍ଵତୀଙ୍କୁ ପୂଜା କରନ୍ତି । ତେଣୁ ଗୋବିନ୍ଦପୁର ଗାଁରେ ଦେବୀ ଦୁର୍ଗା ନୁହେଁ ମାଆ ନୀଳ ସରସ୍ଵତୀ ପୂଜା ପାଆନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ

ବିଶ୍ବାସ ରହିଛି ନୀଳ ସରସ୍ବତୀ ହେଉଛନ୍ତି ମାଆ ଦୁର୍ଗାଙ୍କ ଆଦିରୂପ । ବିଶେଷ ରୀତିନୀତି ଅନୁଯାୟୀ ଏଠାରେ ପୂଜାପାଠ କରାଯାଏ । ମାଆଙ୍କ ମୂର୍ତ୍ତୀ ନିକଟରେ ବ୍ରହ୍ମା, ବିଷ୍ଣୁ, ମହେଶ୍ଵରଙ୍କ ସହ ଗଣେଶ ଓ କାର୍ତ୍ତିକ ମଧ୍ୟ ପୂଜା ପାାଆନ୍ତି ।

ମାଆ ନୀଳ ସରସ୍ଵତୀଙ୍କ ପାଖରେ ସମସ୍ତ ମାନସିକ ପୂରଣ ହୁଏ ବୋଲି ଲୋକଙ୍କ ବିଶ୍ବାସ ରହିଛି । ସେଥିପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତ ମାନେ ଛୁଟି ଆସନ୍ତି ଏହି ନୀଳ ସରସ୍ଵତୀଙ୍କ ପୀଠକୁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details