ଓଡିଶା

odisha

By

Published : Jul 19, 2020, 12:53 AM IST

ETV Bharat / state

କୋରୋନା ଆତଙ୍କ, ମାର୍କେଟ ବିଶୋଧନରେ ସ୍ଵେଚ୍ଛାସେବୀ ସଙ୍ଗଠନ

ସ୍ଵେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ସହରରେ ଥିବା ଦୋକାନ ଏବଂ ଛୋଟବଡ଼ ମାର୍କେଟ ଗୁଡିକୁ ମେସିନ ମାଧ୍ୟମରେ ବିଶୋଧନ କରାଯାଇଛି । ଅଧିକ ପଢନ୍ତୁ...

କୋରୋନା ଆତଙ୍କ, ମାର୍କେଟ ବିଶୋଧନରେ ସ୍ଵେଚ୍ଛାସେବୀ ସଙ୍ଗଠନ
କୋରୋନା ଆତଙ୍କ, ମାର୍କେଟ ବିଶୋଧନରେ ସ୍ଵେଚ୍ଛାସେବୀ ସଙ୍ଗଠନ

ଭଦ୍ରକ: ଜିଲ୍ଲା ସ୍ଵେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ସହରରେ ଥିବା ଦୋକାନ ଏବଂ ଛୋଟବଡ଼ ମାର୍କେଟ ଗୁଡିକୁ ମେସିନ ମାଧ୍ୟମରେ ବିଶୋଧନ କରାଯାଇଛି । ସଙ୍ଗଠନ ପକ୍ଷରୁ ଏହା ଏକ ସାମାଜିକ ବାର୍ତ୍ତା ସହିତ ସଚେତନତା ମୂଳକ ସାମାଜିକ କାର୍ଯ୍ୟ ବୋଲି ସଦସ୍ୟ ମାନେ କହିଛନ୍ତି ।

କୋରୋନା ଆତଙ୍କ, ମାର୍କେଟ ବିଶୋଧନରେ ସ୍ଵେଚ୍ଛାସେବୀ ସଙ୍ଗଠନ

ଏକ 20 ଜଣିଆ ଦଳ ସମାଜିକ ଦୂରତା ଅବଲମ୍ବନ କରି ଭଦ୍ରକ ବନ୍ତଛକ ନିକଟରୁ ବାହାରି ମେଡିକାଲ ଛକ ପର୍ଯ୍ୟନ୍ତ ବିଶୋଧନ କରିବା ସହିତ ବିଶୋଧନ ଗୁଣ୍ଡ ପକାଇ ଥିଲେ । ତେବେ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ପ୍ରତ୍ୟେକ ସଟଡାଉନ ସମୟରେ ଏହିପରି ବିଶୋଧନ କାର୍ଯ୍ୟ ଜାରି ରହିବ ବୋଲି ସ୍ଵେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details