ଭଦ୍ରକ: ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ଆଜି(ଗୁରୁବାର) ଜିଲ୍ଲାର ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଯାହାକି ଗୋଷ୍ଠୀ ସଂକ୍ରମଣ ଆଡେ ଏହା ଗତି କରୁଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଆଜି ଚିହ୍ନଟ 66 ଜଣଙ୍କ ମଧ୍ୟରୁ 21 ଜଣ କ୍ବାରେଣ୍ଟାଇନରୁ ଓ 45 ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି।
ଭଦ୍ରକରେ ପୁଣି 66 ନୂଆ ଆକ୍ରାନ୍ତ ଚିହ୍ନଟ - ଜ୍ଞାନ ଦାସ
ଗତ 24 ଘଣ୍ଟା ମଧ୍ୟରେ ମାତ୍ର 6 ଜଣ ସୁସ୍ଥ ହୋଇଥିବା ଜଣାପଡିଛି। ତେବେ ଅଦ୍ୟାବଧି ଭଦ୍ରକ ଜିଲ୍ଲାରେ 192 ଜଣ ଚିକିତ୍ସିତ ହେଉଛନ୍ତି।
ଆଜି 66 ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହେବା ପରେ, ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 805ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 611 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାହାକି ଗତ 24 ଘଣ୍ଟା ମଧ୍ୟରେ ମାତ୍ର 6 ଜଣ ସୁସ୍ଥ ହୋଇଥିବା ଜଣାପଡିଛି। ଏହି ସୁସ୍ଥ ହାର ମଧ୍ୟ ଆଜି କମ ଥିବା ଜଣାପଡିଛି। ତେବେ ଅଦ୍ୟାବଧି 192 ଜଣ ଚିକିତ୍ସିତ ହେଉଛନ୍ତି। ଯାହାକି ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଅଦ୍ୟାବଧି ଜିଲ୍ଲାରୁ ମୋଟ 20830 ଟି ନମୁନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି। ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ବିଟ କରି ସୂଚନା ଦେଇଛନ୍ତି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ