ଓଡିଶା

odisha

ETV Bharat / state

ମେଲୋଡି କଳାକାର ଓ ମାଲିକ ଜୀବିକା ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର - molody aritist demand run programme over covid19 rule in bhadrak

ଭଦ୍ରକଜିଲ୍ଲାର ମେଲୋଡି କଳାକାର ଓ ମାଲିକଙ୍କ ପରିବାରକୁ ଦୁଃଖ ଯନ୍ତ୍ରଣା ଭିତରକୁ ଠେଲି ଦେଇଛି କୋରୋନା । କଳାକାର ମାନେ ଜୀବିକା ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ମେଲୋଡି କଳାକାର ଓ ମାଲିକ ଜୀବିକା ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର
ମେଲୋଡି କଳାକାର ଓ ମାଲିକ ଜୀବିକା ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର

By

Published : Nov 3, 2020, 4:01 AM IST

ଭଦ୍ରକ : ମେଲୋଡି କଳାକାର ଓ ମାଲିକଙ୍କ ପରିବାରକୁ ଦୁଃଖ ଯନ୍ତ୍ରଣା ଭିତରକୁ ଠେଲି ଦେଇଛି କୋରୋନା । ପୂଜା ପାର୍ବଣ, ବିବାହ ବ୍ରତ ଏପରିକି ରାଜନୈତିକ ଦଳର ସଭା ସମିତି ସବୁଠି ଖୋଜା ପଡୁଥିଲା ମେଲୋଡି ଗ୍ରୁପ । ହେଲେ କରୋନା ମହାମାରୀ ପାଇଁ ସବୁ ସାଂସ୍କୃତିକ କାର୍ଯ୍ୟ ବନ୍ଦ ହୋଇ ଯାଇଥିବାରୁ ଏବେ ଦୁର୍ବିସହ ଜୀବନ ଯାପନ କରୁଛନ୍ତି ମେଲୋଡି ପାର୍ଟିର କର୍ମଚାରୀ ଓ ମାଲିକ ।

ମେଲୋଡି କଳାକାର ଓ ମାଲିକ ଜୀବିକା ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର

ମେଲୋଡିକୁ ରୋଜଗାରର ମାଧ୍ୟମ କରି ଯେଉଁମାନେ ନିଜର ସମସ୍ତ ଅର୍ଥବଳ ଖଟାଇ ସାଂସ୍କୃତିକ ବାଦ୍ୟଯନ୍ତ୍ର କିଣି ଦୁଇ ପଇସା ରୋଜଗାର କରି ପେଟ ପୋଷୁଥିଲେ ତାହା ଏବେ ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଛି । ଘରେ ପଡି ପଡି ବାଦ୍ୟଯନ୍ତ୍ର ସବୁ ନଷ୍ଟ ହେବାକୁ ବସିଲାଣି । ବିଦ୍ୟୁତ୍ ସରଞ୍ଜାମ, ମାଇକ୍ ସବୁ ଖତ ଖାଇବାକୁ ଗଲାଣି । ଏବେ କେମିତି ଚଳିବେ ମେଲୋଡି ମାଲିକମାନେ ବୋଲି ପ୍ରଶ୍ନ କରିଛନ୍ତି ଭଦ୍ରକ ମେଲୋଡି ମାଲିକ ସଂଘର କର୍ମକର୍ତ୍ତାମାନେ । ତେବେ ଆଜି ଜୀବିକା ଦାବି କରି ଏ ନେଇ ଗୌତମ ବାରିକ ଓରଫ କୁମାର ଗୌତମଙ୍କ ନେତୃତ୍ବରେ ଏକ କଳାକାର ଦଳ ଓ ମେଲୋଡି ମାଲିକମାନେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଏଠାରେ ସୂଚନାଯୋଗ୍ୟ ଗାୟକ ଗାୟିକା, ବାଦ୍ୟକାର, ନୃତ୍ୟଶିଳ୍ପୀ, ସାଉଣ୍ଡ ଅପରେଟର, ବିଦ୍ୟୁତ ପରିଚାଳକମାନେ ମଧ୍ୟ ନିଜ ନିଜ ଜୀବିକା ପାଇଁ ମାଲିକଙ୍କ ଉପରେ ନିର୍ଭରଶୀଳ ହୋଇଥିବାରୁ ଏବେ ସେମାନଙ୍କୁ ନିଜ ପାଖରେ ବାନ୍ଧି ରଖିବା ପାଇଁ ମାଲିକମାନେ ସକ୍ଷମ ନୁହନ୍ତି । ଯାହା ଫଳରେ ପାର୍ଟି ସମ୍ପୂର୍ଣ୍ଣ ଦୁର୍ଦ୍ଦିନରେ । କିଛି ମାଲିକ ବ୍ୟାଙ୍କରୁ ଲୋନ ଆଣି ମେଲୋଡି ପାର୍ଟି ଗଠନ କରିଥିବା ବେଳେ ଏବେ ବ୍ୟାଙ୍କ କିସ୍ତି ଦେବାରେ ଅକ୍ଷମ ହୋଇଛନ୍ତି । ଏହିଭଳି ନାନା ସମସ୍ୟା ମଧ୍ୟରେ ମେଲୋଡି ମାଲିକମାନେ ଗତି କରୁଛନ୍ତି ।

ବାରମ୍ବାର ଜିଲ୍ଲା ପ୍ରଶାସନ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସରକାର ସମ୍ପୂର୍ଣ୍ଣ ନିରବ ରହିଛନ୍ତି । ଏବେ ମଲ୍ ଠାରୁ ଆରମ୍ଭ କରି ରାଜନୈତିକ ସଭା ସମିତି ସବୁକୁ ସରକାର ଅନୁମତି ଦେଉଥିବା ବେଳେ ପୂଜା ପାର୍ବଣ, ବିବାହ ବ୍ରତରେ କୋବିଡ଼ କଟକଣାକୁ ମାନି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଅନୁମତି ଦେବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ସରକାର ଏଥିପ୍ରତି ସଦୟ ନ ହେଲେ ସଂଘ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details