ଓଡିଶା

odisha

ETV Bharat / state

ପୋଖରୀରେ ବୁଡି 8 ବର୍ଷ ନାବାଳକର ମୃତ୍ୟୁ

ପୋଖରୀରେ ବୁଡି ଜଣେ 8 ବର୍ଷ ନାବାଳକର ମୃତ୍ୟୁ ଘଟିଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ  ନରସିଂହପୁର ଅନ୍ତର୍ଗତ ବାଣପୁର ଗାଁରେ । ମୃତ ନାବାଳକ ଜଣକ ବାଣପୁର ଗାଁର ଜୀବନକୃଷ୍ଣ ପଣ୍ଡାଙ୍କ ପୁଅ ନିଳାଦ୍ରିନାଥ ପଣ୍ଡା ବୋଲି ଜଣାପଡିଛି ।

By

Published : Jan 16, 2020, 9:26 PM IST

minor boy dead
8ବର୍ଷ ନାବାଳକର ମୃତ୍ୟୁ

ଭଦ୍ରକ: ପୋଖରୀରେ ବୁଡି ଜଣେ 8 ବର୍ଷ ନାବାଳକର ମୃତ୍ୟୁ ଘଟିଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନରସିଂହପୁର ଅନ୍ତର୍ଗତ ବାଣପୁର ଗାଁରେ । ମୃତ ନାବାଳକ ଜଣକ ବାଣପୁର ଗାଁର ଜୀବନକୃଷ୍ଣ ପଣ୍ଡାଙ୍କ ପୁଅ ନିଳାଦ୍ରିନାଥ ପଣ୍ଡା ବୋଲି ଜଣାପଡିଛି ।

8ବର୍ଷ ନାବାଳକର ମୃତ୍ୟୁ

ଗୁରୁବାର ଘର ନିକଟରେ ନୀଳାଦ୍ରି ଅନ୍ୟ କିଛି ଛୋଟ ପିଲାଙ୍କ ସହିତ ଖେଳୁଥିବାବେଳେ ପୋଖରୀରେ ପଡିଯାଇଥିଲେ। ଏହାକୁ ଦେଖି ଅନ୍ୟ ପିଲାମାନେ ନୀଳାଦ୍ରିଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ।

ଖବର ପାଇ ପରିବାର ଲୋକ ତାଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲକୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏପଟେ ନୀଳାଦ୍ରିଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଭଦ୍ରକରୁ ଦେବାଶିଷ୍ ନାୟକ, ଇଟିଭି ଭାରତ

ABOUT THE AUTHOR

...view details