ଭଦ୍ରକ: ତାମିଲନାଡୁ ମଦୁରାଇରୁ ପ୍ରଵାସୀ ଓଡ଼ିଆଙ୍କୁ ନେଇ ଭଦ୍ରକ ରେଳ ଷ୍ଟେସନରେ ଆସି ପହଞ୍ଚିଲା ଏକ ଶ୍ରମିକ ସ୍ବତନ୍ତ୍ର ଟ୍ରେନ । ମଦୁରାଇରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଭଦ୍ରକ ଆସିଥିବା ଏହି ସ୍ବତନ୍ତ୍ର ଟ୍ରେନରେ 159 ଜଣ ପ୍ରବାସୀ ଓଡ଼ିଆ ଆସିଛନ୍ତି । ସେମାନଙ୍କ ମଧ୍ୟରୁ 158 ଜଣ ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ ଜଣେ କେନ୍ଦୁଝର ଜିଲ୍ଲାର ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ।
ମଦୁରାଇରୁ ଭଦ୍ରକ ପହଞ୍ଚିଲେ ପ୍ରବାସୀ ଓଡିଆ
ତାମିଲନାଡୁ ମଦୁରାଇରୁ ପ୍ରଵାସୀ ଓଡ଼ିଆଙ୍କୁ ନେଇ ଭଦ୍ରକ ରେଳ ଷ୍ଟେସନରେ ଆସି ପହଞ୍ଚିଲା ଏକ ଶ୍ରମିକ ସ୍ବତନ୍ତ୍ର ଟ୍ରେନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ମଦୁରାଇରୁ ଭଦ୍ରକ ପହଞ୍ଚିଲେ ପ୍ରବାସୀ ଓଡିଆ
ଏମାନେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସ୍କ୍ରିନିଂ କରାଯିବା ସହ ନାମ ପଞ୍ଜିକରଣ ଓ ଡାକ୍ତର ମାନଙ୍କ ଦ୍ବାରା ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପରେ ସ୍ବତନ୍ତ୍ର ବସ ଯୋଗେ ନିଜ ନିଜ ଅଞ୍ଚଳରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର (Tmc)କୁ ପଠାଯାଇଛି । ଏହି ଟ୍ରେନଟି ଭଦ୍ରକ ରେଳ ଷ୍ଟେସନରେ ପ୍ରଵାସୀ ଓଡ଼ିଆଙ୍କୁ ଓହ୍ଲେଇ ସାରିବା ପରେ ଅନ୍ୟ ପ୍ରଵାସୀ ଓଡ଼ିଆଙ୍କୁ ନେଇ ବାଲେଶ୍ବର ଅଭିମୁଖେ ଯାତ୍ରା କରିଥିବା ସୂଚନା ମିଳିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ