ଓଡିଶା

odisha

ETV Bharat / state

ସେବିକାଙ୍କୁ ରୋଗୀଙ୍କ ସମ୍ପର୍କୀୟଙ୍କ ଦୁର୍ବ୍ୟବହାର, କ୍ଷମା ପ୍ରାର୍ଥନା ଦାବିରେ ଧାରଣା ଦେଲେ ନର୍ସ - ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେବିକାଙ୍କୁ ରୋଗୀଙ୍କ ସମ୍ପର୍କୀୟ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କ କ୍ଷମା ପ୍ରାର୍ଥନା ଦାବିରେ ଧାରଣା ଦେଲେ ସେବିକା ସମୂହ । ଅଧିକ ପଢନ୍ତୁ

ସେବିକାଙ୍କୁ ରୋଗୀଙ୍କ ସମ୍ପର୍କୀୟଙ୍କ ଦୁର୍ବ୍ୟବହାର, କ୍ଷମା ପ୍ରାର୍ଥନା ଦାବିରେ ଧାରଣା ଦେଲେ ନର୍ସ
ସେବିକାଙ୍କୁ ରୋଗୀଙ୍କ ସମ୍ପର୍କୀୟଙ୍କ ଦୁର୍ବ୍ୟବହାର, କ୍ଷମା ପ୍ରାର୍ଥନା ଦାବିରେ ଧାରଣା ଦେଲେ ନର୍ସ

By

Published : Dec 8, 2022, 8:56 PM IST

ଭଦ୍ରକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେବିକା ମାନଙ୍କୁ ଦୁର୍ବ୍ୟବହାର ଓ ପରବର୍ତ୍ତୀ ସମୟରେ ସୋସିଆଲ ମିଡିଆରେ ଅଶାଳୀନ ଭାଷାରେ ଗାଳିଗୁଲଜ । ରୋଗୀଙ୍କ ସମ୍ପର୍କୀୟଙ୍କ ଏଭଳି ଆଚଣରକୁ ବିରୋଧ କରି ସେବିକାମାନେ ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି (Protest of Medical nurses) । ସମ୍ପୃକ୍ତ ବ୍ୟକ୍ତିଙ୍କୁ କାବୁ କରିବା ସହିତ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବା ଲାଗି ସେବିକାମାନେ ଦାବି କରିଛନ୍ତି ।

କ୍ଷମା ପ୍ରାର୍ଥନା ଦାବିରେ ଧାରଣା ଦେଲେ ନର୍ସ

ନ୍ୟାୟ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ସ୍ଵାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ସୂଚନା ଅନୁଯାୟୀ ନଭେମ୍ବର ୨୮ ତାରିଖ ରାତିରେ ଜଣେ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତାଙ୍କ ସମ୍ପର୍କୀୟ ମାନେ ଆଣିଥିଲେ। ହେଲେ ସେଠାରେ ଚିକିତ୍ସା ହେଉଥିବା ସମୟରେ ସେବିକା ଏବଂ ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ସୃଷ୍ଟି ହୋଇଥିଲା । ଏନେଇ ରୋଗୀଙ୍କ ସମ୍ପର୍କୀୟ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିବା ବଦଳରେ ସମାଜିକ ଗଣମାଧ୍ୟମରେ ସେବିକାମାନଙ୍କୁ ନେଇ କିଛି ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ସେବିକା ମାନଙ୍କ ବିରୁଦ୍ଧରେ ପରବର୍ତ୍ତୀ ସମୟରେ ବିଭିନ୍ନ କଟୁ ସମାଲୋଚନା ହୋଇଥିଲା ।

ଏହା ବି ପଢନ୍ତୁ- ବ୍ଲକଗ୍ରାଣ୍ଟ ପ୍ରଥା ଉଚ୍ଛେଦ ଦାବିରେ ଶିକ୍ଷକ ଓ ଅଧ୍ୟାପକଙ୍କ ଧାରଣା

ପରବର୍ତ୍ତୀ ପର୍ଯ୍ୟାୟରେ ସେବିକା ମାନଙ୍କ ପକ୍ଷରୁ ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ହେଲେ କୌଣସି ସୁଫଳ ନମିଳିବାରୁ ଏହି ଘଟଣାକୁ ନେଇ ଆଜି ସେବିକା ମାନେ ଭଦ୍ରକ ଜିଲ୍ଲା ମୁଖ୍ୟ ସ୍ଵାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ସହ ସେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଥିଲେ । ଫଳରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଵାସ୍ଥ୍ୟ ସେବାରେ ବାଧା ସୃଷ୍ଟି ହୋଇଥିଲା । ପରେ ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ କାବୁ କରିବା ସହ ସେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବା ପରେ ସ୍ଥିତି ସାମାନ୍ୟ ହୋଇଥିଲା ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details