ଓଡିଶା

odisha

ETV Bharat / state

କାର୍ଯ୍ୟକ୍ଷମ ହେବ ବହୁ ପ୍ରତିକ୍ଷିତ ମାଟିଆସାହି ସେତୁ - ଭଦ୍ରକ ମାଟିଆସାହି ସେତୁ ଖବର

ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ମନ୍ତେଇ ନଦୀର ମାଟିଆସାହି ସେତୁ । ଘରୋଇ ଜମି ଅଦଳ ବଦଳ ବିବାଦ ଶେଷ ହେବା ପରେ ମାଟି ଫିଲିଂ କରାଯିବା ସହିତ କଂକ୍ରିଟ ରାସ୍ତା ନିର୍ମାଣ ଚାଲିଛି । ଏହା ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରାଯିବ ବୋଲି ବିଭାଗ ପକ୍ଷରୁ ଜଣାପଡିଛି । ଅଧିକ ପଢନ୍ତୁ...

matia sahi bridge issue solve
କାର୍ଯ୍ୟକ୍ଷମ ହେବ ବହୁ ପ୍ରତୀକ୍ଷିତ ମାଟିଆସାହି ସେତୁ

By

Published : Feb 6, 2021, 6:58 AM IST

ଭଦ୍ରକ: ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ମନ୍ତେଇ ନଦୀର ମାଟିଆସାହି ସେତୁ । ଘରୋଇ ଜମି ଅଦଳ ବଦଳ ବିବାଦ ଶେଷ ହେବା ପରେ ସେତୁର ଛାତ ପଡି ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ପଶ୍ଚିମ ପାର୍ଶ୍ବର ଆପ୍ରୋଚ ସଂପ୍ରତି ନିର୍ମାଣ ଆରମ୍ଭ ହୋଇଛି। ମାଟି ଫିଲିଂ କରାଯିବା ସହିତ କଂକ୍ରିଟ ରାସ୍ତା ନିର୍ମାଣ କରାଯିବା ପରେ କିଛି ଦିନ ମଧ୍ୟରେ ଏହା ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

କାର୍ଯ୍ୟକ୍ଷମ ହେବ ବହୁ ପ୍ରତୀକ୍ଷିତ ମାଟିଆସାହି ସେତୁ

ଖବର ଅନୁଯାୟୀ ମନ୍ତେଇ ନଦୀରେ ଏହି ସେତୁ ନିର୍ମାଣ ପାଇଁ ଗତ 11!02/03 ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିଲା । ଟେଣ୍ଡର ହେବାପରେ କାର୍ଯ୍ୟାରମ୍ଭ ବେଳକୁ ସେତୁର ଆପ୍ରୋଚ ରୋଡ ପାଇଁ ଘରୋଇ ଜମି ପ୍ରତିବନ୍ଧକ ସାଜିଥିଲା। ଯାହାକୁ ନେଇ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେବା ସହିତ ଟେଣ୍ଡର ବାତିଲ ମଧ୍ୟ ହୋଇଥିଲା। ପରେ ଜମି ମାଲିକ ଓ ସରକାରଙ୍କ ମଧ୍ୟରେ ଜମି ଅଦଳ ବଦଳକୁ ନେଇ ଏକ ଚୁକ୍ତି କରାଯାଇ 2016 ରେ ସାନି ଟେଣ୍ଡର ହୋଇଥିଲା। ହେଲେ ଜମି ପ୍ରଦାନ କରିବା ଲାଗି ପ୍ରଶାସନ ପକ୍ଷରୁ ଟାଳଟୁଳ ନୀତି ଅବଲମ୍ବନ କରାଯାଇଥିଲା। ଯାହାକୁ ନେଇ ଜମି ମାଲିକ ଜିଲ୍ଲା ପ୍ରଶାସନ ଠାରେ ଫେରାଦ ହୋଇ ନୟାନ୍ତ ହେବାପରେ ଶେଷରେ 2018 ମସିହାରୁ ସେତୁର ଆପ୍ରୋଚ ରୋଡ କାର୍ଯ୍ୟ ବନ୍ଦ କରିଥିଲେ।

ଏନେଇ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ଆରଡିସିଙ୍କ ନିର୍ଦ୍ଦେଶ ମୁତାବକ ଗତ ସେପ୍ଟେମ୍ବର ମାସରେ ଜମି ମାଲିକଙ୍କୁ ଧାର୍ଯ୍ଯ ଜମି ପ୍ରଦାନ କରାଯାଇଛି। ଏହା ପରେ ସଂପ୍ରତି ଆପ୍ରୋଚ ରୋଡ ନିର୍ମାଣ ଚାଲିଛି। ଏହି ସେତୁ କାର୍ଯ୍ୟକ୍ଷମ ହେଲେ ତିହିଡି, ବାସୁଦେବପୁର ଓ ଧାମରା ଅଂଚଳ ସହିତ ସିଧାସଳଖ ଗମନା ଗମନର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଜଣାପଡିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details