ଭଦ୍ରକ: ନକଲି ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନରୁ ଛାତ୍ରୀଙ୍କ ଜୀବନ ଯାଇଥିବା ଅଭିଯୋଗ ପରେ ଖୋଳତାଡ ଆରମ୍ଭ ଚାଲିଛି । ଗତବର୍ଷ ନଭେମ୍ବର 29 ତାରିଖ ଦିନ ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ଵର ଅଞ୍ଚଳର ଜଣେ ବାଳକଙ୍କ ମୃତ ଘଟଣା । ନକଲି ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନରେ ଘଣ୍ଟେଶ୍ବର ଗାଁର ଗଙ୍ଗାଧର ବାରିକଙ୍କ ପୁଅର ମୃତ୍ୟୁ ହୋଇଥିଲା । ସେହିଦିନଠାରୁ ନକଲି ଡାକ୍ତରଙ୍କ ମେଡିସିନ ଷ୍ଟୋରକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଥିଲା । ଦୀର୍ଘଦିନ ପରେ ବାଂଶଡା ଥାନାର ତଦନ୍ତ ଅଧିକାରୀ ବିରେନ୍ଦ୍ର ରାଉତ ଓ ଡ୍ରଗ୍ସ ଇନସପେକ୍ଟର ନିହାରିକା ଦାସଙ୍କ ଉପସ୍ଥିତିରେ ସିଲ୍ ହୋଇଥିବା ଔଷଧ ଦୋକାନ ଖୋଲାଯାଇଛି ।
ନକଲି ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନରେ ନାବାଳକର ମୃତ୍ୟୁ, ଔଷଧ ନମୁନା ସଂଗ୍ରହ
ନକଲି ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନରୁ ଛାତ୍ରୀଙ୍କ ଜୀବନ ଯାଇଥିବା ଅଭିଯୋଗ ପରେ ଖୋଳତାଡ ଆରମ୍ଭ ଚାଲିଛି । ମଙ୍ଗଳବାର ଔଷଧ ନମୁନା ସଂଗ୍ରହ ସରିଛି । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ଇଟିଭି ଭାରତ
ଅଧିକ ତଦନ୍ତ ପାଇଁ 30ରୁ ଉର୍ଦ୍ଧ ଔଷଧ ନମୂନା ସଂଗ୍ରହ କରାଯାଇଥିବା ଜଣାପଡିଛି। ତଦନ୍ତ ରିପୋର୍ଟ ଆସିବା ପରେ ନକଲି ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ