ଓଡିଶା

odisha

By ETV Bharat Odisha Team

Published : Sep 19, 2023, 8:07 AM IST

ETV Bharat / state

ସ୍ବାମୀ-ସ୍ତ୍ରୀଙ୍କ କଳହରେ ମୁଣ୍ଡ ପୁରାଇବାରୁ ଭିଣେଇର ଆକ୍ରମଣରେ ଶଳା ଆହତ

ପାରିବାରିକ ବିବାଦର କରୁଣ ପରିଣତି। ଭଉଣୀ ସହ ବଚସା କରିବାକୁ ମନା କରିବାରୁ ଶଳାକୁ ଆକ୍ରମଣ କଲା ଭିଣେଇ। ଅଧିକ ପଢନ୍ତୁ

man attacked brother in law over family dispute
man attacked brother in law over family dispute

man attacked brother in law over family dispute

ଭଦ୍ରକ: ଉଗ୍ରରୂପ ନେଲା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ । ଭଉଣୀ ଭିଣେଇ କଳିରେ ବଳି ପଡିଗଲେ ଶଳା । ଆକଟ କରିବାରୁ ଶଳାକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲା ଭିଣେଇ । ଶଳା ଓ ତାଙ୍କ ସାଙ୍ଗ ଆହତ ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅନ୍ତର୍ଗତ ହଳଦିଡିହ ଛକ ନିକଟରେ । ଦୁଇ ଆହତ ହେଉଛନ୍ତି ବାବୁ ଖାନ ଓ ସେକ ମଇରାଜ ।

ମିଳିଥିବା ସୂଚନା ଅନୁଯାଯୀ, ହଳଦିଡିହ ଅଞ୍ଚଳର ବାବୁ ଖାନଙ୍କ ଭଉଣୀ ମିର୍ଜାପୁର ଅଞ୍ଚଳର ସେକ ରାଜେଶଙ୍କୁ ବିବାହ କରିଥିଲେ। କୌଣସି କାରଣକୁ କେନ୍ଦ୍ର କରି ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଏହା କ୍ରମଶଃ ଅଧିକ ଜଟିଳ ହେବା ପରେ ବାବୁ ଖାନଙ୍କୁ ତାଙ୍କ ଭଉଣୀ ଅବଗତ କରାଇଥିଲେ । ପରେ ବାବୁ ଖାନ ତାଙ୍କର ଘନିଷ୍ଠ ବନ୍ଧୁ ସେକ ମଇରାଜଙ୍କୁ ସାଙ୍ଗରେ ନେଇ ଉଭଣୀ ଘରକୁ ଯାଇଥିଲେ। ସେଠାରେ ଭଉଣୀକୁ ବୁଝାସୁଝା କରିବା ସହ ଭିଣେଇଙ୍କୁ ଆକଟ କରିଥିଲେ ବାବୁ ଖାନ। କିନ୍ତୁ ଏହାକୁ ସହ୍ୟ କରିନପାରି ପରିବାର କଥାରେ ହସ୍ତକ୍ଷେପ ନକରିବା ପାଇଁ ଶଳା ଏବଂ ତାଙ୍କ ବନ୍ଧୁଙ୍କୁ କହିଥିଲେ ରାଜେଶ। ତଥାପି ଉଭୟ ସେକ ରାଜେଶଙ୍କୁ ଆକଟ କରିବା ପାଇଁ ଚେଷ୍ଟା କରିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ତୀବ୍ର ତର୍କ ବିତର୍କ ହୋଇଥିଲା। ଶେଷରେ ପରିଣତି ଭୟାବହ ହୋଇଥିଲା।

ସ୍ଥିତି ଏପରି ହେଲା ଯେ, ଯୁକ୍ତିତର୍କ ମଧ୍ୟରେ ଭିଣେଇ ସେକ ରାଜେଶ, ବାବୁ ଖାନଙ୍କୁ ଏକ ଧାରୁଆ ମାରଣାସ୍ତ୍ରରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ସେକ ମଇରାଜ ଏହାର ପ୍ରତିବାଦ କରିଥିଲେ । ଫଳରେ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ଘଟଣାସ୍ଥଳରେ 2 ଜଣ ଗୁରୁତର ଆହତ ହୋଇଥିଲେ। ପରେ ଏହି ଖବର ସ୍ଥାନୀୟ ଅଞ୍ଚଳରେ ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଉଭୟଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ଉଭୟଙ୍କ ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟୀବସ୍ଥା ବିଗିଡିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ପୂର୍ବ ଶତ୍ରୁତାକୁ ନେଇ ସଂଘବଦ୍ଧ ଆକ୍ରମଣ ଘଟଣା, ୫ ଗିରଫ

ଏନେଇ ଖବର ପାଇ ପୁରୁଣା ବଜାର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ଶଳାକୁ ଆକ୍ରମଣ କରିବା ପରେ ଭିଣେଇ ସେକ ରାଜେଶ ଫେରାର ହୋଇଯାଇଛି । ରାଜେଶକୁ କାବୁ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ବୋଲି ସୂଚନା ମିଳିଛି । ପ୍ରକୃତରେ କେଉଁ କାରଣକୁ କେନ୍ଦ୍ର କରି ଏହିପରି ଅଘଟଣ ଘଟିଥିଲା ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details