ଓଡିଶା

odisha

By

Published : Nov 8, 2021, 6:40 AM IST

ETV Bharat / state

ଭକ୍ତଙ୍କ ଗହଣରୁ ମେଲାଣି ନେଲେ ମା' କାଳୀ

ଶେଷ ହେଲା ଭଦ୍ରକର ପ୍ରସିଦ୍ଧ କାଳୀପୂଜା । ପୂର୍ବରୁ ୧୦ ଦିନ ଧରି ପାଳିତ ହେଉଥିବା କାଳୀପୂଜା କୋରୋନା କଟକଣା ଯୋଗୁଁ ଏଥର 3 ଦିନରେ ଶେଷ ହୋଇଛି । ଅଧିକ ପଢ଼ନ୍ତୁ...

ଭଦ୍ରକରେ ଭକ୍ତଙ୍କ ଗହଣରୁ ମେଲାଣି ନେଲେ ମା' କାଳୀ
ଭଦ୍ରକରେ ଭକ୍ତଙ୍କ ଗହଣରୁ ମେଲାଣି ନେଲେ ମା' କାଳୀ

ଭଦ୍ରକ: ଶେଷ ହେଲା ଭଦ୍ରକର ପ୍ରସିଦ୍ଧ କାଳୀପୂଜା । ପୂର୍ବରୁ ୧୦ ଦିନ ଧରି ପାଳିତ ହେଉଥିବା କାଳୀପୂଜା କୋରୋନା କଟକଣା ଯୋଗୁଁ ଏଥର 3 ଦିନରେ ଶେଷ ହୋଇଛି । ଭଦ୍ରକ ସହରରେ ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ମା' କାଳୀଙ୍କୁ ରବିବାର ମେଲାଣି ଦିଆଯାଇଛି । ପ୍ରଶାସନର ନିୟମ ଅନୁଯାୟୀ ପୂଜା କମିଟିଗୁଡ଼ିକ ମା'ଙ୍କୁ ବିସର୍ଜନ କରିଛନ୍ତି । ସୀମିତ ସଂଖ୍ୟକ କର୍ମକର୍ତ୍ତାଙ୍କୁ ନେଇ ଭସାଣ ଉତ୍ସବ ଆୟୋଜିତ ହୋଇଛି ।

ଭଦ୍ରକରେ ଭକ୍ତଙ୍କ ଗହଣରୁ ମେଲାଣି ନେଲେ ମା' କାଳୀ

ବିଧି ରକ୍ଷା ପାଇଁ ପାରମ୍ପରିକ ବାଦ୍ୟ ବଜାଇ ମା' କାଳୀଙ୍କୁ ପ୍ରଶାସନ ଦ୍ୱାରା ତିଆରି ହୋଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଛି। ମୋଟ ୧୧ ମେଢ଼ ମଧ୍ୟରୁ ଶନିବାର ଦୁଇଟି ମେଢ଼ ବିସର୍ଜନ ହୋଇଥିଲା । ରବିବାର ଡଗରା ସାହି ମଣ୍ଡପ, ପାଟଣା ସାହି ମଣ୍ଡପ, ସ୍କୁଲ ରୋଡ ମଣ୍ଡପ, ଏରେଇଁ ବାସନ୍ତୀ ଦୁର୍ଗା କାଳୀ ମଣ୍ଡପ, ଏରେଇଁ ପଞ୍ଚାୟତ ଅଫିସ୍ କାଳୀ ମଣ୍ଡପ, OCRTC ବସଷ୍ଟାଣ୍ଡ କାଳୀ ମଣ୍ଡପ, ବିଷାଣି ଖରଦା ଆଦି ସମସ୍ତ ୯ଟି ମେଢ଼ ବିସର୍ଜନ ହୋଇଛି ।

ମା' କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ବିସର୍ଜନ ପାଇଁ ଭଦ୍ରକ ପୌରପାଳିକା ପକ୍ଷରୁ ଅସ୍ଥାୟୀ ପୋଖରୀ ତିଆରି ହୋଇଥିଲା । ମୂର୍ତ୍ତି ଗୁଡିକ କିଭଳି ସୁରୁଖୁରୁରେ ବିସର୍ଜିତ ହେବ ସେନେଇ ଯଥେଷ୍ଟ ଧ୍ୟାନ ଦେଇଛି ପ୍ରଶାସନ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details