ଓଡିଶା

odisha

ETV Bharat / state

ଧରା ପଡିଲେ ଚୋର, ଲୋକେ ଫେରି ପାଇଲେ ଚୋରି ସାମଗ୍ରୀ

ମିଳିଲା ଚୋରି ସାମଗ୍ରୀ । ଚୋରଙ୍କ ନିକଟରୁ ବିପୁଳ ପରିମାଣରେ ସୁନା, ରୂପାକୁ ଜବତ । ଜବତ ହୋଇଥିବା ସାମଗ୍ରୀକୁ 9 ଜଣ ଲୋକଙ୍କୁ ଫେରସ୍ତ କରିଛି ପୋଲିସ । ଅଧିକ ପଢନ୍ତୁ...

ମିଳିଲା ଚୋରୀ ସାମଗ୍ରୀ; ପୋଲିସର କାର୍ଯ୍ୟକୁ ପ୍ରଂଶାସା
ମିଳିଲା ଚୋରୀ ସାମଗ୍ରୀ; ପୋଲିସର କାର୍ଯ୍ୟକୁ ପ୍ରଂଶାସା

By

Published : Oct 1, 2021, 10:08 AM IST

ଭଦ୍ରକ:ମିଳିଲା ଚୋରି ସାମଗ୍ରୀ । ଚୋରଙ୍କ ନିକଟରୁ ବିପୁଳ ପରିମାଣରେ ସୁନା, ରୂପାକୁ ଜବତ କରିଛି ପୋଲିସ । ଜବତ ହୋଇଥିବା ସାମଗ୍ରୀକୁ 9 ଜଣ ଲୋକଙ୍କୁ ଫେରସ୍ତ କରିଛି ପୋଲିସ । ସୂଚନା ଯୋଗ୍ୟ, ଗତ କିଛିଦିନ ତଳେ ଆନ୍ତଃଜିଲ୍ଲା ସିନ୍ଧିଚୋର ଗ୍ୟାଙ୍ଗକୁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଧରିବାରେ ସଫଳ ହୋଇଥିଲା । ଏମାନଙ୍କ ନିକଟରୁ ବିପୁଳ ପରିମାଣରେ ସୁନା, ରୂପା ଜବତ କରିବା ସହ 5 ଜଣ ସିନ୍ଧି ଚୋରଙ୍କ ସହ ଚୋରି ସୁନା ବିକ୍ରି କାରବାରରେ ସମ୍ପୃକ୍ତ ଥିବା ୪ ବଣିଆଙ୍କୁ ଧରିଥିଲା ପୋଲିସ । ଲୁଟେରାଙ୍କ ନିକଟରୁ 312 ଗ୍ରାମ ସୁନା, 4 କେଜି ରୁପା ସହ ଲୁଟରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଥିଲା।

ମିଳିଲା ଚୋରୀ ସାମଗ୍ରୀ; ପୋଲିସର କାର୍ଯ୍ୟକୁ ପ୍ରଂଶାସା

ଭଦ୍ରକର ବିଭିନ୍ନ ସ୍ଥାନରେ ଘରୁ ଚୋରି ହେଉଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏଭଳି କିଛି ଦିନ ମଧ୍ୟରେ 9 ଜଣଙ୍କ ଘରୁ ସୁନା, ଗହଣା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଗତ ଜୁଲାଇ 22 ତାରିଖରେ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦେଉଳପାଳ ଗ୍ରାମରେ ଜଣଙ୍କ ଘରୁ ଲୁଟ ହୋଇଥିଲା । ଏହି ଘଟଣାକୁ ନେଇ ଗ୍ରାମାଞ୍ଚଳ ଥାନାରେ ଏକ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଏହି ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଥିଲା ଗ୍ରାମାଞ୍ଚଳ ପୋଲିସ । ନିଜର ଚୋରି ହୋଇଯାଇଥିବା ସାମଗ୍ରୀକୁ ଫେରି ପାଇ ଲୋକେ ଖୁସି ହେବା ସହ ପୋଲିସର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details