ଓଡିଶା

odisha

ETV Bharat / state

ମାତିଛନ୍ତି ଲୁଟେରା: ଡିକି ଭାଙ୍ଗି ଲୁଟିନେଲେ 1ଲକ୍ଷ 40 ହଜାର

ଭଦ୍ରକ ବନ୍ତ ଛକସ୍ଥିତ ଫିସରି ମାର୍କେଟ ଆଗରେ ଲୁଟ୍ । ଡ଼ିକି ଭାଙ୍ଗି ଲୁଟିନେଲେ 1ଲକ୍ଷ 40 ହଜାର ଟଙ୍କା...

ପୂଜା ବଜାରରେ ମାତିଛନ୍ତି ଲୁଟେରା

By

Published : Oct 28, 2019, 6:25 PM IST

Updated : Oct 28, 2019, 7:56 PM IST

ଭଦ୍ରକ: ପୂଜା ବଜାରରେ ମାତିଲେ ଲୁଟେରା । ଡ଼ିକି ଭାଙ୍ଗି ଲୁଟିନେଲେ 1ଲକ୍ଷ 40 ହଜାର ଟଙ୍କା । ଗୋଟିଏ ପଟେ ଭଦ୍ରକରେ କାଳୀପୂଜାର ମାହୋଲ ଚାଲିଥିବାବେଳେ ଲୁଟେରାଙ୍କର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି।

ପୂଜା ବଜାରରେ ମାତିଛନ୍ତି ଲୁଟେରା: ଡିକି ଭାଙ୍ଗି ଲୁଟିନେଲେ 1ଲକ୍ଷ 40 ହଜାର

ଭଦ୍ରକ ବନ୍ତ ଛକସ୍ଥିତ ଫିସରି ମାର୍କେଟ ଆଗରେ ଘଟିଛି ଏ ଘଟଣା। ସ୍ଥାନୀୟ ତଳଗୋପବିନ୍ଧା ଅଞ୍ଚଳର ମଦନ ନାୟକ ଷ୍ଟେଟବ୍ୟାଙ୍କରୁ ଟଙ୍କା ଉଠାଇ ଆଣିଥିଲେ। ବାଇକ ରଖି ନିକଟରେ ଥିବା ମାର୍କେଟରୁ ସାମଗ୍ରୀ କିଣୁଥିବା ସମୟରେ ଡିକି ଭାଙ୍ଗି ଟଙ୍କା ଲୁଟି ନେଇଥିଲେ ଲୁଟେରା। ଏନେଇ ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଛି । କାଳୀପୂଜା ଆରମ୍ଭରୁ ଲୁଟେରାଙ୍କର ଏଭଳି ପ୍ରାର୍ଦୁଭାବ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Oct 28, 2019, 7:56 PM IST

ABOUT THE AUTHOR

...view details