ଓଡିଶା

odisha

ETV Bharat / state

ମନ୍ଦିରରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

ଭଦ୍ରକ ସଦର ଥାନା ଶନି ମନ୍ଦିର ଓ ବାଗୁରାଇ ହାଇସ୍କୁଲ ନିକଟସ୍ଥ ମଙ୍ଗଳା ମନ୍ଦିରରୁ ଚୋରୀ । ଦାନବାକ୍ସରେ ଥିବା ଟଙ୍କା ସହ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : Aug 31, 2019, 3:11 PM IST

ଭଦ୍ରକ: ସଦର ଥାନା ଚାରିଘରିଆ ଶନି ମନ୍ଦିର ଓ ବାଗୁରାଇ ହାଇସ୍କୁଲ ନିକଟସ୍ଥ ମଙ୍ଗଳା ମନ୍ଦିରରୁ ଚୋରୀ । ଗତକାଲି ବଳମ୍ବିତ ରାତିରେ ଲକ୍ଷାଧିକ ଚୋରି କରିନେଇଛନ୍ତି ଦୁର୍ବୃତ୍ତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଶନି ଦେବଙ୍କର 3ଟି ରୂପା ମୁକୁଟ, 2ଟି ବଡ ପିତ୍ତଳ ଥାଳି ଓ ଦାନବାକ୍ସ ସମେତ ଠାକୁରଙ୍କ ଅନ୍ୟାନ୍ୟ ଗହଣାପତ୍ର ଉଠାଇ ନେଇଛନ୍ତି । ସେହିପରି ମଙ୍ଗଳା ମନ୍ଦିରରେ ମଧ୍ୟ କିଛି ସୁନା ଗହଣା ମଧ୍ୟ ନେଇ ଯାଇଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ଶନିବାର ମନ୍ଦିରର ପୂଜକ ପୂଜା ପାଇଁ ଆସିବାବେଳେ ଚୋରୀ ହୋଇଥିବା ଜାଣିବାକୁ ପାଇଥିଲେ । ତେବେ ଖବର ପାଇ ଟାଉନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଭଦ୍ରକକୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details