ଓଡିଶା

odisha

ETV Bharat / state

ଦିଗହରା ମଦ୍ରାସା ମିଡ ଡେ’ ମିଲ ଯୋଜନା - meal

ମାଦ୍ରାସାରେ ବିଳମ୍ବରେ ଆସୁଛି ମିଡ ଡେ’ ମିଲ। କେବଳ ଏତିକି ନୁହେଁ କୁନିକୁନି ଛାତ୍ରଛାତ୍ରୀଙ୍କୁ ବଣ୍ଟା ଯାଉଥିବା ରନ୍ଧାଖାଦ୍ୟ ମଧ୍ୟ ଅତି ନିମ୍ନ ମାନର ବୋଲି କହିଛନ୍ତି ଅଭିଭାବକ ଏବଂ ମାଦ୍ରାସା ଛାତ୍ର ।

ଡିଜାଇନ ଫଟୋ

By

Published : Jul 8, 2019, 3:55 PM IST

Updated : Jul 8, 2019, 5:24 PM IST

ଭଦ୍ରକ: ଅବ୍ଯବସ୍ଥା ଘେରରେ ଭଦ୍ରକର ମଦ୍ରାସା ସ୍କୁଲ । ଶିକ୍ଷାର ମାନବୃଦ୍ଧି ସହ କୋମଳମତି ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ସରକାର କରିଛନ୍ତି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା । ହେଲେ ପିଲାଙ୍କ ପାଇଁ ବିଳମ୍ବରେ ଆସୁଛି ମିଡ ଡେ ମିଲ। କେବଳ ଏତିକି ନୁହେଁ କୁନିକୁନି ଛାତ୍ରଛାତ୍ରୀଙ୍କୁ ବଣ୍ଟା ଯାଉଥିବା ରନ୍ଧାଖାଦ୍ୟ ମଧ୍ୟ ଅତି ନିମ୍ନ ମାନର ବୋଲି କହିଛନ୍ତି ଅଭିଭାବକ ଏବଂ ମାଦ୍ରାସା ଛାତ୍ର।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭଦ୍ରକ

କେବଳ ଗୋଟିଏ କି ଦୁଇଟି ମାଦ୍ରାସାରେ ନୁହେଁ । ସବୁ ମାଦ୍ରାସାରେ ସମାନ ଅବସ୍ଥା । ସୂଚନା ଅନୁଯାୟୀ ଭଦ୍ରକରେ 33 ଟି ମଦ୍ରାସା ଥିବାବେଳେ ଏକ ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଏହି ମାଦ୍ରାସାରେ ପାଠ ପଢନ୍ତି । ପ୍ରତି ଶୁକ୍ରବାର ମାଦ୍ରାସା ଛୁଟି ଥିବାବେଳେ ରବିବାରରେ ମଧ୍ୟ ପାଠ ପଢାଯାଏ । ମାତ୍ର ସେଦିନ ପିଲାଙ୍କୁ ରନ୍ଧା ଖାଦ୍ୟ ବଦଳରେ ବିସ୍କୁଟ ବଣ୍ଟା ଯାଉଥିବା ଅଭିଯୋଗ ହୋଇଛି । ଯାହା ସରକାରଙ୍କ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ନିୟମର ଖୋଲାଖୋଲି ଉଲ୍ଲଂଘନ। ଏନେଇ ବାରମ୍ବାର ଅଭିଯୋଗ ହେଲେ ବି ହେଲେ ଫଳ ଶୂନ।

ମଦ୍ରାସା ଶିକ୍ଷାଦାନ ବ୍ୟବସ୍ଥାରେ ମଧ୍ୟାହ୍ନ ଭୋଜନ ବଣ୍ଟନ ବ୍ୟବସ୍ଥା କେବେ ସୁଧୁରିବ ? ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଭଦ୍ରକରୁ ଦେବାଶିସ ମହାପାତ୍ର, ଇଟିଭି ଭାରତ

Last Updated : Jul 8, 2019, 5:24 PM IST

ABOUT THE AUTHOR

...view details