ଓଡିଶା

odisha

ETV Bharat / state

ଆସୁଛନ୍ତି ମୁଣ୍ଡମାଳାଧାରିଣୀ: 96 ବର୍ଷରେ ଭଦ୍ରକ କାଳୀପୂଜା - ଐତିହାସିକ କାଳୀ ପୂଜା

ରାତି ପାହିଲେ କାଳୀପୂଜା । ଧରାପୃଷ୍ଠରେ ଅବତରଣ କରିବେ ଶକ୍ତିମୟୀ ମାଆ କାଳୀ । ମାଆଙ୍କ ଆଗମନକୁ ନେଇ ସମସ୍ତେ ଉତ୍ସାହିତ ।

ଆସୁଛନ୍ତି ମା': ସ୍ବାଗତ ପାଇଁ ପ୍ରସ୍ତୁତ ଭଦ୍ରକ

By

Published : Oct 27, 2019, 5:42 PM IST

ଭଦ୍ରକ: ଭଦ୍ରକ ଓ କାଳୀପୂଜା । ଗୋଟିଏ ମୁଦ୍ରାର 2ଟି ପାର୍ଶ୍ବ ପରି । ଭଦ୍ରକବାସୀଙ୍କ ଲାଗି ଏହା ଗଣପର୍ବ କହିଲେ ଅତ୍ୟୁକ୍ତି ହେବନି । ପୂଜା ଦେଖିବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଛୁଟି ଆସନ୍ତି ଭକ୍ତ । 96 ବର୍ଷରେ ପହଞ୍ଚିଛି ଏହି ପ୍ରସିଦ୍ଧ କାଳୀପୂଜା । ଆଉ ଏଥିପାଇଁ ଚଳଚଞ୍ଚଳ ଭଦ୍ରକ ସହର । ଆକର୍ଷଣୀୟ ମଣ୍ଡପ ଓ ତୋରଣ ଲାଗି ପୂଜା କମିଟି ମଧ୍ୟରେ ଚାଲିଛି ଅଘୋଷିତ ପ୍ରତିଯୋଗିତା । ଲୋକଙ୍କୁ ଆକୃଷ୍ଟ କରିବାର ସମସ୍ତ ପ୍ରୟାସ । ସର୍ବତ୍ତୋମ କାରୁକାର୍ଯ୍ୟ ଲାଗି ରାଜ୍ୟ ବାହାରୁ ଆଣିଛନ୍ତି କାରିଗର । ଦିନ ରାତି ଏକ କରିଦେଇଛନ୍ତି କାରିଗର । ସୁନ୍ଦର ତୋରଣ ଲାଗି ଆପଣାଇଛନ୍ତି ଶ୍ରେଷ୍ଠ କାରିଗରୀ କୌଶଳ । ସେପଟେ ମାଆଙ୍କୁ ଶେଷ ସ୍ପର୍ଶ ଦେବାକୁ ତୟାର ଶିଳ୍ପୀ ।

ଆସୁଛନ୍ତି ମୁଣ୍ଡମାଳାଧାରିଣୀ: 96 ବର୍ଷରେ ଭଦ୍ରକ କାଳୀପୂଜା

ରାତି ପାହିଲେ କାଳୀ ପୂଜା । ଧରାପୃଷ୍ଠରେ ଅବତରଣ କରିବେ ଶକ୍ତିମୟୀ ମାଆ କାଳୀ । ମାଆଙ୍କ ଆଗମନକୁ ନେଇ ସମସ୍ତେ ଉତ୍ସାହିତ । 10 ଦିନ ଲାଗି ରହିବ ଉତ୍ସବର ମାହୋଲ । ଶାନ୍ତିଶୃଙ୍ଖଳା ଲାଗି ପୋଲିସ ଓ ପ୍ରଶାସନ ମଧ୍ୟ ପ୍ରସ୍ତୁତ । ଗ୍ରହଣ କରାଯାଇଛି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ।

ଐତିହାସିକ କାଳୀ ପୂଜା ପାଇଁ ଭଦ୍ରକ ପ୍ରସ୍ତୁତ । ପ୍ରଶାସନଠାରୁ ଜନତା ସମସ୍ତେ ଉତ୍ସାହିତ । ତେବେ ଲଗାଣ ବର୍ଷା ଏହି ଉତ୍ସାହକୁ ପାଣିଚିଆ କରିଦେବାର ଆଶଙ୍କା ଦେଖାଦେଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details