ଓଡିଶା

odisha

By

Published : Jul 11, 2021, 5:14 PM IST

ETV Bharat / state

ସିକ୍ୟୁରିଟି ସଂସ୍ଥା ଚୟନରେ ଅନିୟମିତତା, ସର୍ତ୍ତ ଖିଲାପ କରୁଛି ସିକ୍ୟୁରିଟି ସଂସ୍ଥା

ସନ୍ଦେହ ଘେରରେ ଭଦ୍ରକ ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନର ଭୂମିକା। ନିୟମକୁ ଅଣଦେଖା କରି ସିକ୍ୟୁରିଟି ସଂସ୍ଥାକୁ ମିଳିଛି ଦାୟିତ୍ବ । ସର୍ତ୍ତ ଖିଲାପ କରୁଛି ଉକ୍ତ ସିକ୍ୟୁରିଟି ସଂସ୍ଥା । ହଇରାଣ ହେଉଛନ୍ତି ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀ । ଅଧିକ ପଢନ୍ତୁ...

ସିକ୍ୟୁରିଟି ସଂସ୍ଥା ଚୟନ କ୍ଷେତ୍ରରେ ଅନିୟମିତତା , ସର୍ତ୍ତ ଖିଲାପ କରୁଛି ସିକ୍ୟୁରିଟି ସଂସ୍ଥା
ସିକ୍ୟୁରିଟି ସଂସ୍ଥା ଚୟନ କ୍ଷେତ୍ରରେ ଅନିୟମିତତା , ସର୍ତ୍ତ ଖିଲାପ କରୁଛି ସିକ୍ୟୁରିଟି ସଂସ୍ଥା

ଭଦ୍ରକ: ସନ୍ଦେହ ଘେରକୁ ଆସିଛି ଭଦ୍ରକ ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନ । ସିକ୍ୟୁରିଟି ସଂସ୍ଥା ଚୟନ ସମୟରେ ସମସ୍ତ ସରକାରୀ ଗାଇଡଲାଇନକୁ ଅଣଦେଖା କରାଯାଇଛି । ଆବଶ୍ୟକ କାଗଜପତ୍ର ନଥାଇ ଓ ସମ୍ପୃକ୍ତ ସଂସ୍ଥା ବିରୋଧରେ ନିର୍ଦ୍ଦିଷ୍ଟ ଓ ପ୍ରମାଣ ଭିତ୍ତିକ ଅଭିଯୋଗ ଥାଇ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଉକ୍ତ ସଂସ୍ଥା ପ୍ରତି ଅନୁକମ୍ପା ପ୍ରଦର୍ଶନ କରି ଚାଲିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ଯାହାକୁ ନେଇ ଯୋଗ୍ୟ ସଂସ୍ଥା ଉକ୍ତ ଦାୟିତ୍ବରୁ ବଞ୍ଚିତ ହେଉଥିବାବେଳେ ସମ୍ପୃକ୍ତ ଜାଲ ସଂସ୍ଥାରେ ନିୟୋଜିତ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ବିପନ୍ନ ହେଉଥିବାର ଅଭିଯୋଗ ହୋଇଛି ।

ସିକ୍ୟୁରିଟି ସଂସ୍ଥା ଚୟନ କ୍ଷେତ୍ରରେ ଅନିୟମିତତା , ସର୍ତ୍ତ ଖିଲାପ କରୁଛି ସିକ୍ୟୁରିଟି ସଂସ୍ଥା

ଖବର ଅନୁଯାୟୀ ଜିଲ୍ଲା ମୁୁଖ୍ୟ ଚିକିତ୍ସାଳୟରେ ଏବେ ସାରଳା ସିକ୍ୟୁରିଟି ଏଣ୍ଡ ଫେସିଲିଟି ସର୍ଭିସ୍ ସୁରକ୍ଷା ଦାୟିତ୍ବରେ ରହିଛି । ଗତ 5 ବର୍ଷ ହେଲା ଅର୍ଥାତ୍ 2016 ମସିହାରୁ ଏହି ସଂସ୍ଥା କାର୍ଯ୍ୟ କରି ଆସୁଥିବାବେଳେ ମୋଟ 14 ଜଣ ଯୁବକ ଯୁବତୀଙ୍କୁ ସିକ୍ୟୁରିଟି କର୍ମୀ ଭାବେ ନିଯୁକ୍ତି ଦେଇଛି । ଏ ସମସ୍ତ କର୍ମଚାରୀଙ୍କ EPF ଓ ESI ବେତନରୁ କଟା ଯାଉଥିଲେ ମଧ୍ୟ EPF ଫଣ୍ଡରେ ଜମା କରାଯାଉ ନଥିବା ଅଭିଯୋଗ ହୋଇଛି । ଏପରିକି ଚୁକ୍ତି ଅନୁଯାୟୀ କର୍ମଚାରୀଙ୍କୁ ବେତନ ମଧ୍ୟ ଦିଆଯାଉନାହିଁ । ଫଳରେ ସେମାନଙ୍କର ସାମାଜିକ ନିରାପତ୍ତା ବିପନ୍ନ ହେଉଛି । ଏ ସମ୍ପର୍କରେ ପଚାରିଲେ ଚାକିରୀରୁ କାଢିଦେବାର ଭୟ ଦେଖାଇବା ଫଳରେ ସେମାନେ ବାଧ୍ୟ ହୋଇ ଚୁପ ରହୁଛନ୍ତି ।

ସରକାରଙ୍କ ନିୟମାନୁଯାୟୀ ଏହି ଦାୟିତ୍ବ ପାଇଁ ଆବେଦନ କରିବାକୁ ଗୋଟିଏ ସଂସ୍ଥା ପଞ୍ଜୀକୃତ ହୋଇଥିବା ଦରକାର । ଦ୍ବିତୀୟତଃ ଲେବର ଲାଇସେନ୍ସ ଅପ୍‌ଡ଼େଟ୍ ସହ EPF ଓ ESI ପଞ୍ଜୀକରଣ, ଆଇଟି ରିଟର୍ଣ୍ଣ, ଅଡ଼ିଟ୍‌ ଓ ଗୃହ ବିଭାଗର ଲାଇସେନ୍ସ ମଧ୍ୟ ରହିବା ବାଧ୍ୟତାମୂଳକ । ଏ ସମସ୍ତ ମାପଦଣ୍ଡ ପୂରଣ କଲେ ଗୋଟିଏ ସଂସ୍ଥା ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇ ପାରିବା ନେଇ ଯୋଗ୍ୟ ବିବେଚିତ ହେବ । କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଣ୍ଡର ପ୍ରକ୍ରିୟାରେ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି । 2016 ମସିହାରୁ ପ୍ରତ୍ୟେକ ବର୍ଷ ଟେଣ୍ଡର ହୋଇ ଚାଲିଛି । କିନ୍ତୁ ପ୍ରକ୍ରିୟା ଶେଷହେବା ପୂର୍ବରୁ ସାରଳା ସିକ୍ୟୁରିଟି ଏଣ୍ଡ ଫେସିଲିଟି ସର୍ଭିସ କୋର୍ଟଙ୍କ ଦ୍ବାରସ୍ଥ ହୋଇ ଏହି ପ୍ରକ୍ରିୟାରେ ବାଧା ସୃଷ୍ଟି କରିଚାଲିଛନ୍ତି ।

ଅପରପକ୍ଷେ ଉଚ୍ଚ ନ୍ୟାୟାଳୟରେ ଏହାର ସମାଧାନ କିପରି ହେବ ସେ ଉପରେ ଅଭିଯୋଗ ଫର୍ଦ୍ଦ ନଦେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପରୋକ୍ଷରେ ନିଜେ କରିଥିବା ଅନିୟମିତତାକୁ ପ୍ରୋତ୍ସାହନ ଦେଇ ଚାଲିଛନ୍ତି । ସାରଳା ସିକ୍ୟୁରିଟି ଦାୟିତ୍ୱରେ ଥିବା ଫେସିଲିଟି ସର୍ଭିସ୍ ନିକଟରେ ପସରା ଲାଇସେନ୍ସ ନାହିଁ । ଏ ସମ୍ପର୍କରେ ପୂର୍ବରୁ ସିଡ଼ିଏମ୍‌ଓଙ୍କ ନିକଟରେ ଗୃହ ବିଭାଗର ସୂଚନା ତଥ୍ୟ ମୂଳେ ଅଭିଯୋଗ ହୋଇଥିଲେ ମଧ୍ୟ ତାଙ୍କର ନୀରବତା ନେଇ ପ୍ରଶ୍ନ ଉଠାଯାଇଛି । ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ସିଡ଼ିଏମ୍‌ଓ ଏ ଦିଗରେ ଆନ୍ତରିକତା ପ୍ରକାଶ କରି କୋର୍ଟରେ ଷ୍ଟେ ଭେକନ୍‌ସି କରି ଓପନ ଟେଣ୍ଡର କରିଥିଲେ ।

ଅନ୍ତିମ ପର୍ଯ୍ୟାୟକୁ ଦୁଇଟି ସଂସ୍ଥା ମନୋନୀତ ହୋଇଥିଲେ ମଧ୍ୟ ଭୁବନେଶ୍ବରସ୍ଥିତ ଏକ ସଂସ୍ଥା କେକେ ସିକ୍ୟୁରିଟି ସର୍ଭିସ୍ ଓହରି ଯାଇଥିଲା । ତେଣୁ ଭବାନୀ ସିକ୍ୟୁରିଟିକୁ ଦାୟିତ୍ବ ନେବାକୁ ସିଡ଼ିଏମ୍‌ଓ ଅର୍ଡ଼ର ଦେଇଥିଲେ । ଏଥି ନିମିତ୍ତ ଉକ୍ତ ସଂସ୍ଥା ସିକ୍ୟୁରିଟି ମନି ଭାବେ 8ଲକ୍ଷ 25 ହଜାର ଜମା କଲାପରେ ଏଗ୍ରିମେଣ୍ଟ କରିବାକୁ 01.08.2021ରେ ଅର୍ଡ଼ର କରିଥିଲେ । କିନ୍ତୁ କୌଣସି କାରଣ ପାଇଁ ସିଡ଼ିଏମ୍‌ଓ ଏଗ୍ରିମେଣ୍ଟ ନ କରି କାହିଁକି ନିରବ ରହିଲେ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ CDMO କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details