ଓଡିଶା

odisha

ETV Bharat / state

କଟକ ବଦଳରେ ବିପରୀତ ଦିଗକୁ ଗଲା 108 ଆମ୍ବୁଲାନ୍ସ, ଗାଡିରୁ ଡେଇଁପଡିଲେ ରୋଗୀଙ୍କ ମା - bhadrak news

ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ପାଇଁ ରେଫର କରିଥିଲେ ଡାକ୍ତର । ରୋଗୀଙ୍କ ସମ୍ପର୍କୀୟ 108 ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । 108 ଆମ୍ବୁଲାନ୍ସ ମେଡିକାଲରୁ ରୋଗୀଙ୍କୁ ଧରି କଟକ ଯିବା ପରିବର୍ତ୍ତେ ବିପରୀତ ଦିଗରେ ଚାଲିଥିଲା । ଅଧିକ ପଢନ୍ତୁ...

କଟକ ବଦଳରେ ବିପରୀତ ଦିଗକୁ ଗଲା 108 ଆମ୍ବୁଲାନ୍ସ, ଗାଡିରୁ ଡେଇଁପଡିଲେ ରୋଗୀଙ୍କ ମା
କଟକ ବଦଳରେ ବିପରୀତ ଦିଗକୁ ଗଲା 108 ଆମ୍ବୁଲାନ୍ସ, ଗାଡିରୁ ଡେଇଁପଡିଲେ ରୋଗୀଙ୍କ ମା

By

Published : Mar 1, 2021, 11:02 AM IST

ଭଦ୍ରକ: ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ପାଇଁ ରେଫର କରିଥିଲେ ଡାକ୍ତର । ରୋଗୀଙ୍କ ସମ୍ପର୍କୀୟ 108 ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । 108 ଆମ୍ବୁଲାନ୍ସ ମେଡିକାଲରୁ ରୋଗୀଙ୍କୁ ଧରି କଟକ ଯିବା ପରିବର୍ତ୍ତେ ବିପରୀତ ଦିଗରେ ଚାଲିଥିଲା । ରୋଗୀଙ୍କ ସମ୍ପର୍କୀୟଙ୍କ ପ୍ରତିବାଦ ସତ୍ତ୍ବେ ଆମ୍ବୁଲାନ୍ସକୁ ରୋକି ନଥିଲେ । ଶେଷରେ ଲୋକଙ୍କୁ ଦେଖି ଆମ୍ବୁଲାନ୍ସରୁ ଡେଇଁ ପଡିଲେ ରୋଗୀଙ୍କ ମା ।

କଟକ ବଦଳରେ ବିପରୀତ ଦିଗକୁ ଗଲା 108 ଆମ୍ବୁଲାନ୍ସ, ଗାଡିରୁ ଡେଇଁପଡିଲେ ରୋଗୀଙ୍କ ମା

ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଅଟକ ରଖି କର୍ମଚାରୀଙ୍କୁ ପୋଲିସର ଜିମା ଦେଇଛନ୍ତି । ଏମିତି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ସୂଚନାଯୋଗ୍ୟ, ଗ୍ରାମାଞ୍ଚଳ ଥାନା ରମ୍ବିଳା ଅଞ୍ଚଳର ଗୀତାରାଣୀ ବାରିକଙ୍କ ପୁଅ ଗଛରୁ ଖସିପଡିଥିଲେ । ପରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ରୋଗୀଙ୍କ ମା ଓ ବାପା 108 ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବା ପରେ ଆମ୍ବୁଲାନ୍ସ ପହଞ୍ଚିଥିଲା । 108 ଆମ୍ବୁଲାନ୍ସ ରୋଗୀଙ୍କୁ ନେଇ କଟକ ଅଭିମୁଖେ ଯିବା ବଦଳରେ ବାଲେଶ୍ବର ଅଭିମୁଖେ ଯାଇଥିଲା ।

ରୋଗୀଙ୍କ ବାପା ଓ ମା ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପଚାରିବା ସତ୍ତ୍ବେ କୌଣସି ଉତ୍ତର ପାଇନଥିଲେ । ଶେଷରେ କୌଣସି ଉପାୟ ନପାଇ ଆମ୍ବୁଲାନ୍ସ ଝରକାରେ ଚିତ୍କାର କରିଥିଲେ । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ପିଛା କରି ଚରମ୍ପା ସ୍ଥିତ କେନାଲ ଛକ ନିକଟରେ ଅଟକାଇଥିଲେ । ସେହି ସମୟରେ ରୋଗୀଙ୍କ ମା ଆମ୍ବୁଲାନ୍ସରୁ ଡେଇଁ ପଡ଼ିଥିଲେ । ଲୋକେ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଅଟକ ରଖି ଭଦ୍ରକ ଟାଉନ ପୋଲିସକୁ ହସ୍ତାନ୍ତର କରିଛନ୍ତି ।

ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି 3 ଜଣ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଥାନାକୁ ନେଇ ପଚରାଉଚୁରା କରୁଛି । ଆମ୍ବୁଲାନ୍ସଟି କାହିଁକି ଏହିପରି ଭାବେ ଗନ୍ତବ୍ୟ ସ୍ଥାନ ପରିବର୍ତ୍ତେ ଅନ୍ୟ ଦିଗରେ ଯାଉଥିଲା, ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି। ହେଲେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ । ତେବେ ଅନ୍ୟ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ରୋଗୀଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details