ଓଡିଶା

odisha

ETV Bharat / state

ଭଦ୍ରକରେ ପୁଣି 5 କୋରୋନା ଆକ୍ରାନ୍ତ ଚିହ୍ନଟ, ସିଲ ହେଲା ସଂକ୍ରମିତ ଅଞ୍ଚଳ

ଆଜି ଭଦ୍ରକର 2 ଟି ସ୍ଥାନରୁ 5 କୋରୋନା ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତ ଅଞ୍ଚଳକୁ ସିଲ କଲା ପ୍ରଶାସନ । ଅଧିକ ପଢନ୍ତୁ...

ଭଦ୍ରକରେ ପୁଣି 5 କୋରୋନା ଚିହ୍ନଟ, ସିଲ ହେଲା ସଂକ୍ରମିତ ଅଞ୍ଚଳ
ଭଦ୍ରକରେ ପୁଣି 5 କୋରୋନା ଚିହ୍ନଟ, ସିଲ ହେଲା ସଂକ୍ରମିତ ଅଞ୍ଚଳ

By

Published : Apr 20, 2020, 1:31 PM IST

ଭଦ୍ରକ: ଆଜି ଭଦ୍ରକରୁ ପୁଣି 5 କୋରୋନା ଚିହ୍ନଟ । ବାସୁଦେବପୁରରୁ 3 ଓ ଭଣ୍ଡାୀପୋଖରୀରୁ 2 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ କିଛି ଦିନର ବ୍ୟବଧାନ ପରେ ଏକାସାଙ୍ଗେ 5 ସଂକ୍ରମିତ ବାହାରିବା ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8ରେ ପହଞ୍ଚିଛି ।

ଭଦ୍ରକରେ ପୁଣି 5 କୋରୋନା ଚିହ୍ନଟ, ସିଲ ହେଲା ସଂକ୍ରମିତ ଅଞ୍ଚଳ

ଏହି 8ଜଣଙ୍କ ମଧ୍ୟରୁ 2ଜଣ ସୁସ୍ଥ ହୋଇ ଘରୁକୁ ଫେରିଛନ୍ତି । ତଥାପି ଜିଲ୍ଲାପ୍ରଶାସନ ସେମାନଙ୍କ ଉପରେ ନଜର ରଖିଛି । ସେହିପରି ଆଜି ଯେଉଁ ଦୁଇଟି ସ୍ଥାନରୁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେହି ଦୁଇଟି ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ କରିଦିଆଯାଇଛି । ଏହା ସହ କଟକଣାକୁ ପୁଣି ଥରେ କଡାକଡି କରିବା ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁ୍‌ଛି ପ୍ରଶାସନ ।

ଭଦ୍ରକରେ ପୁଣି 5 କୋରୋନା ଚିହ୍ନଟ, ସିଲ ହେଲା ସଂକ୍ରମିତ ଅଞ୍ଚଳ

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details