ଓଡିଶା

odisha

By

Published : Jul 27, 2020, 1:41 PM IST

ETV Bharat / state

ଭଦ୍ରକରେ 25 କୋରୋନା ପଜେଟିଭ, 22 ସ୍ଥାନୀୟ ସଂକ୍ରମଣ

ଆଜି(ସୋମବାର) ଭଦ୍ରକ ଜିଲ୍ଲାରୁ 25 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିରୁ 2ଜଣ କୋରୋନା ଯୋଦ୍ଧା ରହିଥିବା ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ବିଟ କରି ସୂଚନା ଦେଇଛନ୍ତି ।

Bhadrak
ଭଦ୍ରକରେ 25 କୋରୋନା ପଜେଟିଭ,

ଭଦ୍ରକ: ରାଜ୍ୟରେ କାୟା ବିସ୍ତାର କରି ଚାଲିଛି କୋରୋନା ସଂକ୍ରମଣ । ପ୍ରତିଦିନ ରାଜ୍ୟରୁ 15 ପାଖାପାଖି କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ପ୍ରତି ଜିଲ୍ଲାରୁ ମଧ୍ୟ ସାମ୍ନାକୁ ଆସୁଛି ପଜେଟିଭ କେସ । ଆଜି(ସୋମବାର) ଭଦ୍ରକ ଜିଲ୍ଲାରୁ 25 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିରୁ 2ଜଣ କୋରୋନା ଯୋଦ୍ଧା ରହିଥିବା ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଭଦ୍ରକରେ କୋରୋନା ଅପଡେଟ

ତେବେ ଚିହ୍ନଟ 25 ଜଣଙ୍କ ମଧ୍ୟରୁ 3 ଜଣ କ୍ବାରେନଣ୍ଟାଇନ ସେଣ୍ଟରରୁ ଓ 22 ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି। ଏହାସହ ଚିହ୍ନଟ ହୋଇଥିବା 2 ଜଣ କୋରୋନା ଯୋଦ୍ଧାଙ୍କ ମଧ୍ୟରେ ଜଣେ ସ୍ବାସ୍ଥ୍ୟକର୍ମୀ ଓ ପୋଲିସ କର୍ମୀ ରହିଛନ୍ତି । ଯାହାକି ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଅଦ୍ୟାବଧି ଜିଲ୍ଲାରୁ ମୋଟ 16,644 ଟି ନମୁନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି।

ଟ୍ବିଟ ଯୋଗେଁ ଜିଲ୍ଲାପାଳଙ୍କ ସୂଚନା

ଦିନକୁ ଦିନ ସଙ୍ଗରୋଧ କେନ୍ଦ୍ର ଅପେକ୍ଷା ସ୍ଥାନୀୟ ସଂକ୍ରମଣ ଅଧିକ ଚିହ୍ନଟ ହେଉଥିବାରୁ ପ୍ରଶାସନ ପାଇଁ ଏବେ ବଡ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି। ସୋମବାର 25 କୋରୋନା ସଂକ୍ରମଣ ଚିହ୍ନଟ ହେବା ପରେ, ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 547ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ 399 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଅଦ୍ୟାବଧି 146 ଜଣ ଚିକିତ୍ସିତ ହେଉଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details