ଓଡିଶା

odisha

ETV Bharat / state

ବେଆଇନ ମଦ ଦୋକାନକୁ ଭାଙ୍ଗିଲେ ଉତ୍ୟକ୍ତ ଗ୍ରାମବସୀ

ଧାମନଗରରେ ଚାଲିଥିବା ବେଆଇନ ମଦ ଦୋକାନକୁ ଭାଙ୍ଗିଦେଇଛନ୍ତି ଉତ୍ୟକ୍ତ ଉତେଇପୁର ଗ୍ରାମବାସୀ । ପୋଲିସରେ ବାରମ୍ବାର ଅଭିଯୋଗ କରୁଛନ୍ତି ସ୍ଥାନୀୟ ବାସିନ୍ଦା କିନ୍ତୁ ନିରବ ପ୍ରଶାସନ ଆଉ ନିଷ୍କ୍ରିୟତା ଦେଖାଉଛି ପୋଲିସ।

By

Published : Jun 1, 2019, 9:18 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଭଦ୍ରକ: ଚୋରା ମଦ ଦୋକାନର ଆସର ଖୋଲିଛି ଭଦ୍ରକରେ ଯାହାକୁ ନେଇ ସହରରେ ଜୋର ଧରିଛି ଚର୍ଚ୍ଚା । ପୋଲିସରେ ବାରମ୍ବାର ଅଭିଯୋଗ କରୁଛନ୍ତି ସ୍ଥାନୀୟ ବାସିନ୍ଦା କିନ୍ତୁ ନିରବ ପ୍ରଶାସନ ଆଉ ନିଷ୍କ୍ରିୟତା ଦେଖାଉଛି ପୋଲିସ । ଫଳରେ ଧାମନଗର ବ୍ଲକର ଉତେଇପୁର ଗ୍ରାମରେ ଦେଖାଯାଇଛି ଉତ୍ତେଜନା ।

ଉତ୍ୟକ୍ତ ଲୋକେ ଭାଙ୍ଗିଦେଇଛନ୍ତି ଗ୍ରାମରେ ଥିବା ଏକ ବେଆଇନ ମଦ ଦୋକାନ । ଏହା ସହ ଆଗାମୀ ଦିନରେ ଯଦି ଏପରି କାର୍ଯ୍ୟ ଚାଲୁରହେ ଏବଂ ପୋଲିସ କୌଣସି ପଦକ୍ଷେପ ନନିଏ ତେବେ ଆନ୍ଦୋଳନ ବ୍ୟାପକ ହେବ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ସ୍ଥାନୀୟ ଅଞ୍ଚଳରେ ଅଧିକାଂଶ ଲୋକେ ଦିନମଜୁରିଆ ଅଟନ୍ତି । ଯାହା ରୋଜଗାର କରୁଛନ୍ତି ମଦ୍ୟପାନରେ ସାରିଦେଉଛନ୍ତି । ଫଳରେ ସେମାନଙ୍କ ପରିବାର ଚଳିବା ସହ ପିଲାମାନେ ପାଠ ପଢିବା ପାଇଁ ସଙ୍କଟ ସାଜୁଛି ଅର୍ଥ । ଯାହାକୁ ନେଇ ଅନେକବାର ପ୍ରତିବାଦ କରିଛନ୍ତି କିନ୍ତୁ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ ।


ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details