ଓଡିଶା

odisha

ETV Bharat / state

ଭଦ୍ରକ ପାଇଁ ଛିଡିଲା ବିବାଦ, ନବୀନ ନିବାସରୁ ଟିକେଟ ନେଲେ ସଞ୍ଜୀବ - naveen nivas

ଶେଷରେ ଭଦ୍ରକ ବିଧାନସଭାରେ ବିଜେଡି ଟିକେଟକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ପ୍ରାର୍ଥୀ ହୋଇଥିବା ସଞ୍ଜୀବ ମଲ୍ଲିକ ନବୀନ ନିବାସରୁ ଟିକେଟ ନେବା ପରେ ଏହାର ପୂର୍ଣ୍ଣଛେଦ ପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Apr 5, 2019, 10:32 AM IST

ଭୁବନେଶ୍ବର: ତୁଟିଛି ଭଦ୍ରକ ବିଧାନସଭା ଆସନ ପାଇଁ ବିଜେଡି ଟିକେଟ ବିବାଦ। ବିଜେଡିରୁ ପ୍ରାର୍ଥୀ ହୋଇଥିବା ସଞ୍ଜୀବ ମଲ୍ଲିକ ଗୁରୁବାର ସନ୍ଧ୍ୟାରେ ନବୀନ ନିବାସରୁ ଟିକେଟ ପାଇବା ପରେ ବିବାଦର ଅନ୍ତ ଘଟିଛି। ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଆସନ ପାଇଁ ସଞ୍ଜୀବଙ୍କ ନାମ ଘୋଷଣା କରି ସାରିଥିଲେ ମଧ୍ୟ ବିରୋଧ ପାଇଁ ତାଙ୍କୁ ଦଳୀୟ ଟିକେଟ ମିଳିପାରିନଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାଥାଉକି, ସଞ୍ଜୀବଙ୍କୁ ଦଳ ପ୍ରାର୍ଥୀ କରିଥିବାରୁ ବିଧାୟକ ଯୁଗଳ ପଟ୍ଟନାୟକ ଏହାକୁ ବିରୋଧ କରିଥିଲେ। ବୟସାଧିକ କାରଣରୁ ଚଳିତ ବର୍ଷ ଯୁଗଳ ନିଜ ପୁଅ ଅସିତ୍‌ ପଟ୍ଟନାୟକଙ୍କୁ ଟିକେଟ ଦେବାକୁ ଲବି କରିଥିଲେ। ତେବେ ଦଳର ସୁପ୍ରିମୋ ସଞ୍ଜୀବଙ୍କୁ ଭଦ୍ରକ ପାଇଁ ଭରସା କରିଥିଲେ ।

ତେବେ ଦଳୀୟ ଟିକେଟ ପାଇବା ପରେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ନିର୍ବାଚନରେ ତାଙ୍କୁ ଯୁଗଳ ପଟ୍ଟନାୟକ ସହଯୋଗ କରିବେ ବୋଲି ସେ ଆଶାପ୍ରକଟ କରିଛନ୍ତି।

ଅଧିକ ପଢନ୍ତୁ: ପାଟକୁରା ନିର୍ବାଚନ ମଣ୍ଡଳୀ: ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ଭଦ୍ରକ ଆସନ ପାଇଁ 3 ଥର କଂଗ୍ରେସରୁ ଓ 2 ଥର ବିଜେଡିରୁ ବିଧାୟକ ହୋଇଥିବା ଯୁଗଳ ଚଳିତ ବର୍ଷ ନିଜ ପୁଅକୁ ଥଇଥାନ କରିବାକୁ ଚାହୁଁଥିଲେ। ଯାହାକୁ ସ୍ଥାନୀୟ କାର୍ଯ୍ୟକର୍ତ୍ତା ନାପସନ୍ଦ କରିଥିଲେ । ଯାହାକୁ ବିଚାରକୁ ନେଇ ଦଳ ସଞ୍ଜୀବଙ୍କୁ ଟିକେଟ ଦେଇଥିବା ଜଣାପଡିଛି ।

ତେବେ ସଞ୍ଜୀବ ହେଉଛନ୍ତି ପୂର୍ବତନ ଧାମନଗର ବିଧାୟକ ହୃଦାନନ୍ଦ ମଲ୍ଲିକଙ୍କ ପୁଅ ଓ ପୂର୍ବତନ ବିଧାୟକ ମାନସ ମଲ୍ଲିକଙ୍କ ଭାଇ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details