ଓଡିଶା

odisha

ETV Bharat / state

ଜଳିଗଲା 25 ବଖରା, 4 ପରିବାର ସର୍ବସ୍ବାନ୍ତ

ଅଗ୍ନିକାଣ୍ଡରେ ଜଳିଗଲା 4 ପରିବାରର 25 ବଖରା ଘର। ଅଧିକ ପଢନ୍ତୁ..

By

Published : May 3, 2021, 9:46 PM IST

ଜଳିଗଲା 25 ବଖରା, 4 ପରିବାର ସର୍ବସ୍ବାନ୍ତ
ଜଳିଗଲା 25 ବଖରା, 4 ପରିବାର ସର୍ବସ୍ବାନ୍ତ

ଭଦ୍ରକ: ଅଗ୍ନିକାଣ୍ଡରେ ଜଳିଗଲା 4 ପରିବାରର 25 ବଖରା ଘର । ଜଳିପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚକ ପଞ୍ଚାୟତ ଗୋପସାହିରୁ । ଗ୍ରାମର କୃପାସିନ୍ଧୁଙ୍କ ଘରୁ ନିଆଁ ଲାଗିଥିବା ବେଳେ 4 ପରିବାରକୁ ବ୍ୟାପି ଯାଇ 25 ବଖରା ଘର ଜଳିଯାଇଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ 4 ପରିବାର ସର୍ବସ୍ବାନ୍ତ ହୋଇ ପଡିଛନ୍ତି ।

ଜଳିଗଲା 25 ବଖରା, 4 ପରିବାର ସର୍ବସ୍ବାନ୍ତ

ଖବର ଅନୁଯାୟୀ କୌଣସି କାରଣରୁ ଗ୍ରାମର କୃପାସିନ୍ଧୁଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା। ନିଆଁ ଅବିଳମ୍ବେ ଅନ୍ୟ ଘର ଗୁଡିକ ମଧ୍ୟକୁ ମଧ୍ୟ ବ୍ୟାପି ଯାଇଥିବା ଦେଖିବାକୁ ମିଳିଥିଲା । ମାତ୍ର କିଛି ସମୟ ମଧ୍ୟରେ ଦେଖୁଦେଖୁ 25 ବଖରା ଜଳିଯାଇଥିଲା । ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଆୟତ୍ତ କରିବାରେ ବିଫଳ ହୋଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାବେଳକୁ 4 ପରିବାରର 25 ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଘରେ ଗଛିତ ଥିବା ଧାନ, ଚାଉଳ, ନଗଦ ଟଙ୍କା, ସୁନା ଅଳଙ୍କାର, ଆସବାବପତ୍ର, ଗାଡି ଆଦି ଜଳି ପୋଡି ଛାରଖାର ହୋଇଯାଇଛି । ଫଳରେ 4 ପରିବାର ସମ୍ପୂର୍ଣ୍ଣ ଅସହାୟ ହୋଇ ପଡିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details