ଓଡିଶା

odisha

By

Published : May 11, 2020, 11:20 AM IST

Updated : May 11, 2020, 12:50 PM IST

ETV Bharat / state

ଭଦ୍ରକର ଭିନ୍ନଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ, 22 ବଖରା ଭସ୍ମୀଭୂତ

ଭଦ୍ରକ ଜିଲ୍ଲାର ଭିନ୍ନଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଦୁଇଟି ସ୍ଥାନରେ ମୋଟ 8ଟି ପରିବାରର 22 ବଖରା ଘର ଜଳିପୋଡି ପାଉଁଶ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଭଦ୍ରକର ଭିନ୍ନଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ, 22 ବଖରା ଭସ୍ମୀଭୂତ
ଭଦ୍ରକର ଭିନ୍ନଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ, 22 ବଖରା ଭସ୍ମୀଭୂତ

ଭଦ୍ରକ: ଜିଲ୍ଲାର ଭିନ୍ନଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଦୁଇଟି ସ୍ଥାନରେ ମୋଟ 8ଟି ପରିବାରର 22 ବଖରା ଘର ଜଳିପୋଡି ପାଉଁଶ ହୋଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

ଭଦ୍ରକର ଭିନ୍ନଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ, 22 ବଖରା ଭସ୍ମୀଭୂତ

ସୂଚନାଯୋଗ୍ୟ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଗୁଆମାଳ ପଞ୍ଚାୟତରେ ଥିବା ନୂଆ ଶାସନ ଗ୍ରାମରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଗ୍ରାମର 6ଟି ପରିବାରର 20 ବଖରା ଘର ଜଳିଯାଇଛି । ସେହିପରି ଭଦ୍ରକ ସହରର ଜାନୁଗଞ୍ଜ ଦାଢ଼ିଆ ସାହିରେ ଦୁଇଟି ପରିବାରର ଦୁଇ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି । ତେବେ ଉଭୟ ଘଟଣାରେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : May 11, 2020, 12:50 PM IST

ABOUT THE AUTHOR

...view details