ଓଡିଶା

odisha

By

Published : Feb 12, 2020, 1:16 PM IST

ETV Bharat / state

ବିଦ୍ୟୁତ ସର୍ଟ ସର୍କିଟରୁ ଜଳିଗଲା ଘର: ସ୍ତ୍ରୀ ଜୀବନ୍ତ ଦଗ୍ଧ, ସ୍ବାମୀ ଗୁରୁତର

ସେରପୁର ଗାଁର ସରୋଜିନୀ ପରିଡା ରୋଷେଇ କରୁଥିବାବେଳେ ବିଦ୍ୟୁତ ସର୍ଟ ସର୍କିଟ ହୋଇଥିଲା । ଯାହାଦ୍ବାରା ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଏଥିରେ ସ୍ତ୍ରୀ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ସ୍ବାମୀ ଗୁରୁତର ହୋଇଛନ୍ତି ।

fire accident
ଅଗ୍ନିକାଣ୍ଡରେ ଜଳିଗଲେ ଦମ୍ପତି

ଭଦ୍ରକ: ଅଗ୍ନିକାଣ୍ଡରେ ଜଳିଗଲେ ଦମ୍ପତି । ସ୍ତ୍ରୀ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ସ୍ବାମୀ ଗୁରୁତର ହୋଇଛନ୍ତି । ଏହିପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସେରପୁର ଗ୍ରାମରେ ।

ଅଗ୍ନିକାଣ୍ଡରେ ଜଳିଗଲେ ଦମ୍ପତି

ଖବର ଅନୁଯାୟୀ, ସେରପୁର ଗାଁର ସରୋଜିନୀ ପରିଡା ରୋଷେଇ କରୁଥିବାବେଳେ ବିଦ୍ୟୁତ ସର୍ଟ ସର୍କିଟ ହୋଇଥିଲା । ଯାହାଦ୍ବାରା ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ତାଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ଵାମୀ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ । କିନ୍ତୁ ସ୍ତ୍ରୀକୁ ନିଆଁ କବଳରୁ ଉଦ୍ଧାର କରି ପାରିନଥିଲେ ।

ଏହି ଅଗ୍ନିକାଣ୍ଡରେ 3 ବଖରା ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଭୟ ମୃତାହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର , ଇଟିଭି ଭାରତ

ABOUT THE AUTHOR

...view details