ଓଡିଶା

odisha

ETV Bharat / state

ଧାନ ବିକ୍ରିର 7 ମାସ ପରେ ମିଳୁନି ଟଙ୍କା, 3655 ଚାଷୀ ହତାଶ

ଧାନ ବିକ୍ରି କରି ଚାଷୀ ହତାଶ । ପାଖରେ ପ୍ରମାଣ ପତ୍ର କାଗଜ ହେଲେ ଆକାଉଣ୍ଟକୁ ଆସୁନି ଟଙ୍କା । ମାସେ କି ଦୁଇମାସ ନୁହେଁ 7 ମାସ ବିତିଯାଇଥିଲେ ମଧ୍ୟ ଟଙ୍କା ଅପେକ୍ଷାରେ ରହିଛି ଚଷା ପୁଅ ।

By

Published : Jul 10, 2019, 2:49 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ମୁଣ୍ଡ ଝାଳ ତୁଣ୍ଡରେ ମାରି ଜମିରେ ଧାନ ଫଳାଇଲେ ଚାଷୀ । କିଛି ଧାନ ଖାଇବାକୁ ରଖି ଅବଶିଷ୍ଟ ପରିବାର ପ୍ରତିପୋଷଣ ପାଇଁ ମଣ୍ଡିରେ ବିକ୍ରି କରିଦେଲେ । ହେଲେ ବିକ୍ରି ହୋଇଥିବା ଧାନର ଏପର୍ଯ୍ୟନ୍ତ ମିଳିଲାନି ମୂଲ୍ୟ । ଫଳରେ ଚାଷୀ ହତାଶ । ଏପରି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ଜିଲ୍ଲାର 3655 ଜଣ ଚାଷୀ ଏପର୍ଯ୍ୟନ୍ତ ଧାନ ବିକ୍ରିର ପଇସା ପାଇ ନାହାଁନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଜିଲ୍ଲାର 106ଟି ସରକାରୀ ମଣ୍ଡି ମଧ୍ୟରୁ 90ଟି ମଣ୍ଡିରେ ଏପରି ସ୍ଥିତି ରହିଥିବା ଜଣାପଡିଛି । ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରିଥିବା ପ୍ରମାଣ ପତ୍ର ପାଖରେ ରଖିଛନ୍ତି । ସରକାରଙ୍କ ନିୟମ ଅନୁସାରେ ମଣ୍ଡିରେ ଧାନ ଦେବାପରେ 7 ଦିନ ଭିତରେ ବ୍ୟାଙ୍କ ଖାତାକୁ ଟଙ୍କା ଆସିଯିବା କଥା । କିନ୍ତୁ ମଣ୍ଡିରେ ଧାନ ଦେବାକୁ ଇତି ମଧ୍ୟରେ 7 ମାସ ସମୟ ବିତି ଯାଇଥିଲେ ମଧ୍ୟ ଟଙ୍କାର ଦେଖାନାହିଁ ।

ସେପଟେ ଟଙ୍କା ପାଇଁ ସମବାୟ ସମିତି ଦୌଡିଦୌଡି ନୟାନ୍ତ ହେଲେଣି ଚାଷୀ । ବର୍ଷକ ଯାକର ପରିଶ୍ରମର ଫଳ ଅନିଶ୍ଚିନ୍ତତା ଭିତରେ ଥିବାରୁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇ ପଡିଛି । ଅନ୍ୟପଟେ ଜିଲ୍ଲା ଯୋଗାଣ ଅଧିକାରୀ କଥାକୁ ମାନି ଥିବାବେଳେ ବୁଲେଇ ବଙ୍କେଇ ଉତ୍ତର ରଖିଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details