ଓଡିଶା

odisha

ETV Bharat / state

ଯୌତୁକ ପାଇଁ ଜୁଇରେ ବଧୂ, ଦିନ ଗଡୁଛି ମିଳୁନି ନ୍ୟାୟ - ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ

ଯୌତୁକ ପାଇଁ ବଳିପଡ଼ିଗଲା ଝିଅର ଜୀବନ । ପୋଲିସ ନେଉନି କାର୍ଯ୍ୟାନୁଷ୍ଠାନ । ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲେ ମୃତ ମହିଳାଙ୍କ ପରିବାର । ଅଧିକ ପଢ଼ନ୍ତୁ

Family alleged daughter killed
ବଧୂ ହତ୍ୟା ଅଭିଯୋଗ

By

Published : Jan 22, 2023, 10:49 AM IST

ବଧୂ ହତ୍ୟା ଅଭିଯୋଗ

ଭଦ୍ରକ:ଜାତି ପ୍ରଥା ସହିତ ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ ନେଇ ଏସପିଙ୍କ ଦ୍ବାରସ୍ଥ ହେଲେ ମୃତ ମହିଳାଙ୍କ ପରିବାର ଲୋକେ । ଏସପିଙ୍କୁ ଭେଟି ଏକ ଦାବିପତ୍ର ମାଧ୍ୟମରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପରିବାର ଲୋକେ । ସୂଚନାନୁସାରେ ଭଦ୍ରକ ଜିଲ୍ଲା ଦୈସିଂପଞ୍ଚାୟତର ଭୀମପୁର ଗ୍ରାମର କାର୍ତ୍ତିକ ଦୀକ୍ଷିତଙ୍କ ପୁଅ ବିଜୟ ଦୀକ୍ଷିତଙ୍କ ସହ ସିମୁଳିଆ ଥାନା ଅଧୀନସ୍ଥ ଗରଡି ପାଟଣା ଗ୍ରାମର ରବିନ୍ଦ୍ର ସୁତାରଙ୍କ ଝିଅକୁ ଗତ ୨୦୨୧ ମେ ୨୮ ତାରିଖରେ ପ୍ରେମ ବିବାହ କରିଥିଲେ ।

ରୀତିନୀତି ଅନୁଯାୟୀ ଉଭୟଙ୍କର ବାହାଘର ମଧ୍ୟ ହୋଇଥିଲା । ବାହାଘର ସମୟରେ ପୁଅ ଘରର ଦାବି ମୁତାବକ ସମସ୍ତ ଜିନିଷ ଦିଆଯାଇଥିଲା ଝିଅ ଘର ପକ୍ଷରୁ । ବିବାହର କିଛିଦିନ ସବୁକିଛି ଠିକଠାକ ଚାଲିଥିଲା । ହେଲେ କିଛିଦିନ ପରେ ବିଜୟ ଝିଅକୁ ୧ ଲକ୍ଷ ଟଙ୍କା ଓ ସୁନା ଗହଣା ଆଣିବା ପାଇଁ କହିଥିଲା । ହେଲେ ଝିଅ ମୋ ବାପଘର ଲୋକେ ଆଉ ଟଙ୍କା ଦେଇ ପାରିବେ ନାହିଁ ବୋଲି ମନା କରିଦେଇଥିଲା । ଏହାକୁ ନେଇ ବିଜୟ ରାଗିଯାଇଥିଲା । ପରେ ଝିଅକୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲା ।

ଏଥିସହ ଜାତିପ୍ରଥା କାରଣରୁ ପୁଅର ବାପା ମାଆ ବିରୋଧ କରିବା ବଦଳରେ ସମର୍ଥନ ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ । ଯେ ପର୍ଯ୍ୟନ୍ତ ୧ ଲକ୍ଷ ନଦେବ ଝିଅକୁ ବାପା ଘରକୁ ଯାଇପାରିବ ନାହିଁ ବୋଲି କହିଥିଲେ । ଏନେଇ ଗତ 5 ଡିସେମ୍ବରରେ ରବୀନ୍ଦ୍ର ସୁତାରଙ୍କ ପୁତୁରା ଝିଅକୁ ଭଦ୍ରକ ମେଡ଼ିକାଲରେ ଦେଖି ଘରକୁ ଫୋନ୍ କରି ଜଣାଇଥିଲେ । ଖବରପାଇ ଭଦ୍ରକ ମେଡ଼ିକାଲରେ ଆସି ଦେଖିବା ବେଳକୁ ଝିଅକୁ କଟକ ମେଡ଼ିକାଲକୁ ନେଇ ଯାଇଥିଲେ । ସେଠାରେ ଝିଅର ମୃତ୍ୟୁ ହୋଇସାରିଥିଲା ।

ଏ ନେଇ ରବୀନ୍ଦ୍ର ସୁତାର ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଗତ ଡିସେମ୍ବର 6 ତାରିଖରେ ଅଭିଯୋଗ କରିଥିଲେ। ହେଲେ ଗ୍ରାମାଞ୍ଚଳ ପୋଲିସ ତାକୁ ଡିସେମ୍ବର 11 ତାରିଖରେ ଅଭିଯୋଗ ଗ୍ରହଣ କରିଥିଲେ । ଏହି ଅଭିଯୋଗକୁ ଦୀର୍ଘ 45 ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ତେଣୁ ବାଧ୍ୟ ହୋଇ ଏସପିଙ୍କୁ ଭେଟି ଏକ ଦାବିପତ୍ର ମାଧ୍ୟମରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପରିବାର ଲୋକ । ଯଦି ଦାବି ପୂରଣ ନ ହୁଏ ତାହା ହେଲେ ପରିବାର ଲୋକ ଏସପି କାର୍ଯାଳୟରେ ଧାରଣା ଦେବା ସହ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ,ଭଦ୍ରକ

ABOUT THE AUTHOR

...view details