ଓଡିଶା

odisha

ETV Bharat / state

କୋରୋନା କାଳରେ ନିରାଡମ୍ବର ଦୁର୍ଗାପୂଜା, ନାଖୁସ୍ ଶ୍ରଦ୍ଧାଳୁ

ଭଦ୍ରକ ସହରରେ ଫିକା ପଡିଲା ମା ଦଶଭୁଜାଙ୍କ ପୂଜା। କରୋନ କଟକଣା ମଧ୍ୟରେ ଚାଲିଛି ମହିଷମର୍ଦ୍ଦିନୀ ମା ଦୁର୍ଗାଙ୍କ ପୂଜା ଅର୍ଚନା। ଭଦ୍ରକ ସହରର ମୋଟ 23 ଟି ମଣ୍ଡପରେ ପୁଜା ପାଉଛନ୍ତି ମା ଦୁର୍ଗତିନାଶିନୀ। ପୋଲିସ ପ୍ରଶାସନ ପକ୍ଷରୁ ପୂଜାକୁ ଶାନ୍ତି ଶୃଙ୍ଖଲାର ସହିତ ସମାପିତ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

କୋରୋନା କାଳରେ ନିରାଡମ୍ବର ଦୁର୍ଗାପୂଜା, ନାଖୁସ୍ କମିଟି ସଦସ୍ୟ ଓ ଶ୍ରଦ୍ଧାଳୁ
କୋରୋନା କାଳରେ ନିରାଡମ୍ବର ଦୁର୍ଗାପୂଜା, ନାଖୁସ୍ କମିଟି ସଦସ୍ୟ ଓ ଶ୍ରଦ୍ଧାଳୁ

By

Published : Oct 25, 2020, 4:19 PM IST

ଭଦ୍ରକ: କରୋନା ମହାମାରୀ ଯୋଗୁଁ ଜାରି ହୋଇଥିବା କଟକଣା ଏକ ପ୍ରକାର ପୂଜାର ମାହୋଲକୁ ଫିକା କରିଦେଇଛି। ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ। ଫାଙ୍କା ପଡିଛି ମେଳା ପଡିଆ। ବିନା ମାଇକରେ ଚାଲିଛି ମନ୍ତ୍ର ଉଚାରଣ। ଦିଶୁନାହିଁ ଆଲୋକ ମାଳା କି ଦର୍ଶନ ପାଇଁ ଆସୁନାହାନ୍ତି ଭକ୍ତ। କଟକଣା ଅନୁଯାୟୀ ମାତ୍ର 7 ଜଣ ରହି ମାଙ୍କ ପୂଜାର୍ଚନା କରୁଛନ୍ତି। ଭକ୍ତ ମାନେ ପୂଜା ମଣ୍ଡପ ନିକଟକୁ ଯେପରି ଯିବେ ନାହିଁ। ସେଥିପାଇଁ ପୂଜା କମିଟି ଗୁଡିକ ପକ୍ଷରୁ କଟକଣା ଭକ୍ତ ମାନଙ୍କ ପାଇଁ ଲଗାଯାଇଛି। ରୀତିନୀତି ଅନୁଯାୟୀ ମା ଙ୍କ ଘଟ ସ୍ଥାପନା ପରେ ସବୁ ସ୍ଥାନରେ ପୂଜାର୍ଚନା ଆରମ୍ଭ ହୋଇଛି। ହେଲେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସହ ପୂଜା କମିଟି ସଦସ୍ଯ ମାନେ ଚଳିତ ବର୍ଷ ପାର୍ବଣରେ ଅସୁଖୀ ଥିବା କହିଛନ୍ତି।

କୋରୋନା କାଳରେ ନିରାଡମ୍ବର ଦୁର୍ଗାପୂଜା, ନାଖୁସ୍ ଶ୍ରଦ୍ଧାଳୁ

ଭଦ୍ରକ ଜିଲ୍ଲାର ବହୁ ପୁରାତନ ପୂଜା ମଣ୍ଡପ କୁହାଯାଉଥିବା ଜାନୁଗଞ୍ଜ, ବଙ୍କବାସୁଳି, ଗାନ୍ଧୀପଡିଆ, ବାଇପାସ ଓ ଚରମ୍ପା ଆଦି ପୂଜା ମଣ୍ଡପରେ ପ୍ରଶାସନିକ କଟକଣା ମଧ୍ୟରେ ପୂଜା ପାଉଛନ୍ତି ମା ଦଶଭୁଜା। ତେବେ ଏହି କଟକଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ପଣ୍ଡିତ ତଥା ଗବେଷକ। ପୂଜା ପାଇଁ ପୂର୍ବରୁ ପ୍ରଶାସନ ପକ୍ଷରୁ ସମସ୍ତ ପୂଜା କମିଟିର ସଦସ୍ୟଙ୍କ ସହ ଆଲୋଚନା ମଧ୍ୟ ହୋଇଥିଲା। ଅନ୍ୟ ପକ୍ଷରେ ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପୂଜାକୁ ଶାନ୍ତି ଶୃଙ୍ଖଲାର ସହିତ ସମାପିତ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ 19 ସେକସନ ପୋଲିସ ଫୋର୍ସ ମୁତୟନ ହେବା ସହିତ 2 ଜଣ ଅତିରିକ୍ତ ଏସପି, 3 ଜଣ DSP, 4 ଜଣ ଇନିସ୍ପେକ୍ଟର ଦାଇତ୍ୱ ରେ ରହିଥିବା, ଜିଲ୍ଲା ପୋଲିସ ପକ୍ଷରୁ ଭଦ୍ରକ sdpo ସାର୍ଥକ ରାୟ ସୂଚନା ଦେଇଛନ୍ତି।

କୋରୋନା କାଳରେ ସମ୍ପୂଣ୍ଣ ପୂଜାକୁ ଲକ୍ଷ କଲେ ବିଧିରକ୍ଷା ପାଇଁ ନିରାଡମ୍ବର ଭାବେ କମିଟି ପକ୍ଷରୁ ପୁଜା ଆୟୋଜିତ କରାଯାଇଥିବା ସ୍ପଷ୍ଟ। ହେଲେ କୋରନାକୁ ମା ଦୁର୍ଗତିନାଶିନୀ ନିପାତ କରିବେ ବୋଲି ଶ୍ରଦ୍ଧାଳୁ ମାନେ ବିଶ୍ୱାସ ରଖିଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details