ଓଡିଶା

odisha

ETV Bharat / state

ନିଶାସକ୍ତ ଅବସ୍ଥାରେ କନେଷ୍ଟବଳଙ୍କ ଉନ୍ମତ କାଣ୍ଡ, ପୋଲିସ ଉପରକୁ ହାତ ଉଠାଇଲେ - ମଦ୍ଯପ ପୋଲିସ କନେଷ୍ଟବଳ

ମଦ୍ଯପ ପୋଲିସ କନେଷ୍ଟବଳର ମଦ ଦୋକାନ ସମ୍ମୁଖରେ ଉତ୍ପାତ । ଅଭିଯୋଗର ତଦନ୍ତ ସମୟରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଅନ୍ୟ ପୋଲିସଙ୍କୁ ହାତ ଉଠାଇଥିବା ଅଭିଯୋଗ । ଅଧିକ ପଢନ୍ତୁ

drunked police constable
drunked police constable

By

Published : Jul 10, 2023, 7:44 AM IST

ନିଶାସକ୍ତ ଅବସ୍ଥାରେ କନେଷ୍ଟବଳଙ୍କ ଉନ୍ମତ କାଣ୍ଡ

ଭଦ୍ରକ: ମଦ୍ୟପ ପୋଲିସ କନେଷ୍ଟବଳଙ୍କ ଉନ୍ମତ କାଣ୍ଡ । ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଅନ୍ୟ ପୋଲିସଙ୍କ ଉପରକୁ ହାତ ଉଠାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ପରିସରରୁ ଆସିଛି। ନିଶାସକ୍ତ ଅବସ୍ଥାରେ ପୋଲିସ କନେଷ୍ଟବଳ ବିଶ୍ଵରଞ୍ଜନ ଦଳେଇ ଥାନା ପରିସର ମଧ୍ୟରେ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହ ଅନ୍ୟ ପୋଲିସ କର୍ମଚାରୀ ମାନେ ରୋକିବାକୁ ଉଦ୍ୟମ କରୁଥିବା ବେଳେ ସେ ହାତ ଉଠାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଗତ ଦୁଇ ଦିନ ତଳେ ସଂପୃକ୍ତ କନେଷ୍ଟବଳ ନିଶାସକ୍ତ ଅବସ୍ଥାରେ ଏକ ମଦ ଦୋକାନ ସମ୍ମୁଖରେ ଉତ୍ପାତ କରୁଥିଲେ । ଯାହାର ଫଟୋ ଏବଂ ଭିଡିଓ ଜଣେ ଯୁବକ ସଂଗ୍ରହ କରୁଥିବା ବେଳେ କନେଷ୍ଟବଳ ଜଣକ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଏନେଇ ପରେ ସମ୍ପୃକ୍ତ ଯୁବକଙ୍କ ଘରକୁ ପୂନଶ୍ଚ ନିଶାସକ୍ତ ଅବସ୍ଥାରେ ସେ ଆସି ଗାଳି ଗୁଲଜ କରିବା ସହ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ତେଣୁ ସମ୍ପୃକ୍ତ ଯୁବକ ଜଣଙ୍କ ଭୟଭୀତ ହୋଇ ସାବରଙ୍ଗ ଥାନାରେ ଏକ ମାମଲା ରୁଜୁ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ମଦ ଦୋକାନକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା

ତେବେ ଥାନାରେ ରୁଜୁ ହୋଇଥିବା ମାମଲାର ତଦନ୍ତ ସମୟରେ ପୁନର୍ବାର ନିଶାସକ୍ତ ଅବସ୍ଥାରେ ଥାନା ପରିସରରେ ଏଭଳି କାଣ୍ଡ ଘଟାଇଥିବା ସୂଚନା ମିଳିଛି । ଯାହାକୁ ନେଇ ସାବରଙ୍ଗ ଥାନା ପୋଲିସ ପକ୍ଷରୁ ସମ୍ପୃକ୍ତ ଥାନାରେ ରୁଜୁ ହୋଇଥିବା ମାମଲାକୁ ଭିତ୍ତି କରି ଅଭିଯୁକ୍ତ କନେଷ୍ଟବଳଙ୍କୁ ଡାକ୍ତରୀ ଯାଞ୍ଚ କରିବା ପାଇଁ ମେଡିକାଲକୁ ନିଆଯାଇଥିଲା । ହେଲେ ଗତକାଲି କୋର୍ଟ ଚାଲାଣ କରା ନଯାଇ ଅନ୍ୟତ୍ର କେଉଁଠି କନେଷ୍ଟବଳଙ୍କୁ ରଖାଯାଇଛି ବୋଲି ସୂଚନା ମିଳିଥିବା ବେଳେ ଏନେଇ ପୋଲିସ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ ।

ଏହା ମଧ୍ୟ ପଢନ୍ତୁ- Watch: ମଦ ପିଇ ମାତାଲ ଶିକ୍ଷକ, ଅଭିଭାବକଙ୍କ ଅସନ୍ତୋଷ

ଯାହାକୁ ନେଇ ସାବରଙ୍ଗ ଥାନାରୁ ଉପଯୁକ୍ତ ନ୍ୟାୟ ନମିଳିଲେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ ହେବେ ବୋଲି ଯୁବକ ଜଣକ ଚେତାବନୀ ଦେଇଛନ୍ତି । ତେବେ ସାବରଙ୍ଗ ପୋଲିସ ପକ୍ଷରୁ ସଂପୃକ୍ତ କନେଷ୍ଟବଲ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା କେବଳ ଦେଖିବା ବାକି ରହିଲା ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details